Advertisment

ମୋବାଇଲ ହେଲା କାଳ; ଝୁଲି ପଡ଼ିଲେ ଦମ୍ପତି

ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ଆଜିକାଲି ସମସ୍ତେ ମୋବାଇଲ ମାନିଆ। ମୋବାଇଲ ଆଗରେ ସମ୍ପର୍କ ମଧ୍ୟ ତୁଚ୍ଛ ହୋଇଗଲାଣି। ଏହି ମୋବାଇଲ ପାଇଁ ସ୍ୱାମୀସ୍ତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡୁକିଆ ଗାଁରେ। ମୃତକ ହେଲେ ପ୍ରମୋଦ ମଲିକ ଓ ତାଙ୍କ ସ୍ତ୍ରୀ ପୁଆରି ମଲିକ। ଆଜି ସକାଳେ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ।

Advertisment

କିଛି ଦିନ ତଳେ ପୁଆରି ନିଜ ବାପା ଘରୁ ଗୋଟିଏ ସ୍ମାର୍ଟ ଫୋନ ଆଣିଥିଲେ। ହେଲେ ତାଙ୍କ ସ୍ୱାମୀ ପ୍ରମୋଦ ସେହି ମୋବାଇଲକୁ ବନ୍ଧକ ରଖି ମଦ ପିଇ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗୁଥିଲା। ଗତକାଲି ଏହି କଳହ ଉଗ୍ରରୂପ ନେଇଥିଲା। ଗତକାଲି ଉଭୟଙ୍କ ମଧ୍ୟରେ ଏହି ମୋବାଇଲକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ପୁଆରି ଘରର ଗୋଟିଏ ରୁମକୁ ଯାଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ୱାମୀ ଯେତେ କବାଟ ଖୋଲିବା ପାଇଁ କହିଥିଲେ ମଧ୍ୟ ସ୍ତ୍ରୀ କବାଟ ଖୋଲିନଥିଲେ। ପରେ ପ୍ରମୋଦ ଉତ୍ତ୍ୟକ୍ତ ହୋଇ ସେ ମଧ୍ୟ ଅନ୍ୟ ରୁମକୁ ଯାଇ ରଶି ଲଗାଇ ଝୁଲି ପଡ଼ିଥିଲେ।

ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ। କବାଟ ବାଡ଼େଇ ବାପାମା’ଙ୍କୁ ଡାକିଥିଲେ, ହେଲେ କେହି କବାଟ ଖୋଲି ନଥିଲେ। ଏନେଇ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ବାପାମା’ ରୁମରେ ଆତ୍ମହତ୍ୟା କରିଥିବା ସେମାନେ ଝରକା ପଟେ ଦେଖିଥିଲେ। ପରେ ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆଜି ସକାଳେ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Deadbody Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe