Advertisment

କମିସନରେଟ ପୁଲିସ ହାତରେ ସ୍ୱାମୀସ୍ତ୍ରୀ ଗ୍ୟାଙ୍ଗ, ଟେଲିଗ୍ରାମ ଜରିଆରେ ଲୋକଙ୍କୁ ମାରୁଥିଲେ ଚୁନ

ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଠକେଇ କରୁଥିଲେ

ଅଦ୍ୟତନ ହୋଇଛି
Cyber Lootera

Cyber Lootera

Advertisment

କମିସନରେଟ ପୁଲିସ ହାତରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ। ଗ୍ୟାଙ୍ଗର ୪ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ମାନେହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ସ୍ୱାମୀ ସ୍ତ୍ରୀ। ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀରର ମାନସ ରଞ୍ଜନ ସୁନା ଓ କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ।

Advertisment

ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ। ଏମାନଙ୍କୁ ସହଯୋଗ କରୁଥିଲେ ମାନସ ରଞ୍ଜନ ସୁନା ଓ ନିହାର ରଞ୍ଜନ ପାଇକରାୟ। ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଠକେଇ କରୁଥିଲେ। ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଲାଭ ଟଙ୍କା ପାଇବା ନେଇ ଦିଆ ଯାଉଥିଲା ଲୋଭନୀୟ ଅଫର୍। ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୁନ।

୧୧ ତାରିଖରେ ମଞ୍ଚେଶ୍ୱର ଥାନା ବରୀମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା।

Advertisment

ତଦନ୍ତ ବେଳେ ୪୬ଟି ମ୍ୟୁଲ୍ ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି। ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରିଛି ସାଇବର ପୁଲିସ।

Loot Cyber Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe