Advertisment

ସାମ୍ବାଦିକା ମଧୁସ୍ମିତା ମୃତ୍ୟୁ ମାମଲା, ବନ୍ଧା ହେଲେ ସ୍ୱାମୀ

ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି।

author-image
Niharika Rout
ଅଦ୍ୟତନ ହୋଇଛି
Madhumita & her Husband

Madhumita & her Husband

ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ସାମ୍ବାଦିକା ମଧୁସ୍ମିତା ପରିଡ଼ା ମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ବାନ୍ଧିଛି ପୁଲିସ୍‌। ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ମଧୁସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଶ୍ରୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ଭାଇଙ୍କୁ ପଚରାଉଚରା କରୁଛି।

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ। ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।ଗତକାଲି ରାତିରେ ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏନେଇ ବହୁ ଥର ଉଭୟ ପକ୍ଷ ଧଉଳି ଥାନାକୁ ଯାଉଥିବା ବେଳେ ସେଠାରେ ଆପୋଷ ବୁଝାମଣା ହେଉଥିଲା। ସ୍ତ୍ରୀକୁ ମାଡ଼ ମାରିବେନି, ଅନ୍ୟ ଝିଅ ସହ ସମ୍ପର୍କ ରଖିବେନି ବୋଲି ପୁଲିସ୍ ସମ୍ମୁଖରେ ଲେଖାପଢ଼ା ବି କରିଥିଲେ ଶ୍ରୀଧର।

ମାତ୍ର ୨୪ ଘଣ୍ଟା ନ ପୁରୁଣୁ ପୁଣି ଥରେ ଶ୍ରୀଧର ପୁଣି ଥରେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିବା ମଧୁସ୍ମିତା ଜାଣିବାକୁ ପାଇଥିଲେ। ଏପରିକି ଶ୍ରୀଧର ତାଙ୍କୁ ନିର୍ଯାତନା ଦେବା ସହ ଓ ଛାଡ଼ପତ୍ର ପେପର ଘରେ ରଖିଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ରାତିରେ ଇନଷ୍ଟାରେ ଶେଷ ଭିଡିଓ ଛାଡ଼ି ମଧୁସ୍ମିତା ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଥିଲେ ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶ୍ରୀଧର ଏୟାରଫୋର୍ସରେ ଚାକିରି କରିଥିବା ବେଳେ ମଧୁସ୍ମିତା ତାଙ୍କ ଦ୍ୱିତୀୟ ପତ୍ନୀ। ଶ୍ରୀଧର ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କୁ ଛାଡ଼ପତ୍ର ଦେଇ ଗତ ମାର୍ଚ୍ଚ ୧ ତାରିଖରେ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ବି ତାଙ୍କର ଗାଁର ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ବେଳେ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିଲେ। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।  ତେଣୁ ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। 

ମାତ୍ର ଶ୍ରୀଧର ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ସେ କହିଥିଲେ, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ। ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି। ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ଭାଇ ମୋତେ କହିଥିଲା। ତା’ପରେ ମୁଁ ତାକୁ ଫୋନ୍ କରିଥିଲି। ହେଲେ ସେ ମୋ ଫୋନ୍ ଉଠାଇ ନଥିଲା। ପରେ ମୁଁ ତାକୁ ମେସେଜ କରିଥିବା ବେଳେ ସେ ଉତ୍ତର ଦେଇନଥିଲା। ଏହାପରେ ମୁଁ ଥାନାକୁ ଯାଇ ପୁଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି। ପୁଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା। ହେଲେ ସେ ମଧ୍ୟ ଉଠାଇନଥିଲେ। ପରେ ଏହ ଘଟଣା ଘଟିଥିଲା।

Bhubaneswar Journalist Death Arrest