Capital
ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ ପଛ ପାର୍ଶ୍ୱରେ ରହିଛି କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟ୍। ସେହି ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଗୋଟିଏ ବଲଡର ସଂସ୍ଥାର ଅଫିସ୍ ରହିଛି। ସବୁଦିନ ପରି ଆଜି ମଧୁସ୍ମିତା ଦାସ ଜଣକ ଅଫିସ୍ ଆସିଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ କର୍ମଚାରୀମାନେ ଅଫିସ୍ କାମରେ ବ୍ୟସ୍ତ ଥିଲେ। ସେ ମଧ୍ୟ କାମରେ ବ୍ୟସ୍ତ ଥିଲେ। ଠିକ୍ ସେହି ସମୟରେ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ୍ରେ ପଶିଥିଲେ। ସେ ତାଙ୍କ ପତ୍ନୀଙ୍କୁ ଖୋଜିଥିଲେ।
ପତ୍ନୀଙ୍କୁ ସମ୍ମୁଖରେ ପାଇ ପାଖରେ ରଖିଥିବା ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅଫିସ୍ ସାରା ମଧୁସ୍ମିତା ଦୌଡ଼ୁଥିଲେ। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମଧୁସ୍ମିତା ସ୍ୱାମୀଙ୍କ ଉଗ୍ର ରୂପ ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ। ପରେ ବହୁ କଷ୍ଟରେ ତାଙ୍କୁ କାବୁ କରିଥିଲେ। ଏନେଇ ଭରତପୁର ଥାନାକୁ ସୂଚନା ଦେଇଥିଲେ। ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚି ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ।
ସେପଟେ ସ୍ୱାମୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ମଧୁସ୍ମିତା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତି ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। କମିଶନରେଟ୍ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Capital_1700474902.jpeg)