Advertisment

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ୱାମୀ

ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
police station

police station

ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ। ବୋହୂ ପ୍ରମିଳା ପ୍ରଧାନ ଓ ଶାଶୁ ରଜନୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି।

Advertisment

ଶତ୍ରୁଘ୍ନ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ପ୍ରମିଳା ଦୌଡ଼ି ପଳାଇବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଶାଶୁ ଦୌଡ଼ି ଆସି ବୋହୂକୁ ରକ୍ଷା କରିବାରୁ ଶତ୍ରୁଘ୍ନ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ।

ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଧାରୁଆ ଖଣ୍ଡାକୁ ଜବତ କରିଛି।

Advertisment
Odisha Police Nayagarh