Advertisment

ପିଟି ପିଟି ସ୍ତ୍ରୀ ଜୀବନ ନେଇଗଲା ସ୍ୱାମୀ, ଶ୍ମଶାନରୁ ମୃତଦେହ ଉଠାଇ ନେଲା ପୁଲିସ୍‌

ବିବାହର ଦୀର୍ଘ ବର୍ଷ ପରେ ବି କୌଣସି ପିଲାପିଲି ହେଉ ନ ଥିବାରୁ ଶାଶୁ ଘର ଲୋକା ମମତାଙ୍କୁ ପ୍ରବଳ ନିର୍ଯାତନା ଦେଉଥିଲେ। ସ୍ୱାମୀ ପ୍ରଭୁ ମଧ୍ୟ ସବୁବେଳେ ମଦ ପିଇ ଆସି ତାଙ୍କୁ ପ୍ରବଳ ମାରପିଟ କରୁଥିଲେ।

author-image
Niharika Rout
Family Dispute

Family Dispute

ବିବାହର ୧୫ ବର୍ଷ ପରେ ବି ସନ୍ତାନ ସୁଖ ପ୍ରାପ୍ତ ହୋଇ ପାରିଲା ନାହିଁ। ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଲାଗି ରହୁଥିଲା କଳହ। ଏହା ଉଗ୍ର ରୂପ ଧାରଣ କରିବାରୁ ନିଷ୍ଠୁର ସ୍ୱାମୀ ପିଟି ପିଟି ନେଇଗଲେ ପତ୍ନୀର ଜୀବନ । ଏପରି ଏକ ଅମାନୁଷିକ ଘଟଣା ରାଜସ୍ଥାନର ଭିଲୱାଡାରେ ଘଟିଛି। ଏପରିକି ବୋହୂର ମୃତଦେହ ପୋଡ଼ିବାକୁ ଶାଶୁ ଘର ଲୋକେ ଶ୍ମଶାନ ନେଇଥିବା ବେଳେ ସେଠାରୁ ପୁଲିସ୍‌ ମୃତଦେହକୁ ଉଠାଇ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଆରଜିଆ ଗ୍ରାମପଞ୍ଚାୟତରେ ରହୁଥିବା ପ୍ରଭୁ ୧୫ ବର୍ଷ ପୂର୍ବେ ମମତାଙ୍କୁ ବିବାହ କରିଥିଲେ। ମାତ୍ର ବିବାହର ଦୀର୍ଘ ବର୍ଷ ପରେ ବି କୌଣସି ପିଲାପିଲି ହେଉ ନ ଥିବାରୁ ଶାଶୁ ଘର ଲୋକା ମମତାଙ୍କୁ ପ୍ରବଳ ନିର୍ଯାତନା ଦେଉଥିଲେ। ସ୍ୱାମୀ ପ୍ରଭୁ ମଧ୍ୟ ସବୁବେଳେ ମଦ ପିଇ ଆସି ତାଙ୍କୁ ପ୍ରବଳ ମାରପିଟ କରୁଥିଲେ।

ଗୁରୁବାର ରାତିରେ ଏହି ଘଟଣାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ଉତ୍ତ୍ୟକ୍ତ ପ୍ରଭୁ ନିଶାସକ୍ତ ଅବସ୍ଥାରେ ମମତାଙ୍କୁ ପ୍ରବଳ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ସମ୍ପର୍କରେ କାହାକୁ ନ ଜଣାଇ ମମତାଙ୍କ ଶାଶୁ ଘର ଲୋକେ ମୃତଦେହ ପୋଡ଼ିବାକୁ ଶ୍ମଶାନକୁ ନେଇଥିଲେ।

Advertisment

ମାତ୍ର ଖବର ପାଇ ପୁଲିସ୍‌ ରାତି ଅଧରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Murder Husband-wife Family Dispute