Advertisment

ପତ୍ନୀଙ୍କୁ ଗୁଳି କରିବା ପରେ ହୃଦଘାତରେ ଆଖି ବୁଜିଲେ ସ୍ୱାମୀ

ମାୟାନଗରୀ ମୁମ୍ବାଇରେ ରହୁଥିବା ଦିଲ୍ଲୀପ ସାଲବୀଙ୍କ ଘରୁ ଅଚାନକ ଗୁଳି ଫୁଟିବା ଶବ୍ଦ ଶୁଭାଗଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଯାହା ଦେଖିଲେ ତାହାକୁ ବିଶ୍ୱାସ କରି ପାରିଲେନି।

author-image
Niharika Rout
Crime Spot

Crime Spot

ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ । ଜଣେ ବ୍ୟକ୍ତି ଗୁଳି କରି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ସେ ବି ଟଳି ପଡ଼ିଥିବା ଜଣାଯାଇଛି। ବ୍ୟକ୍ତିଜଣଙ୍କର ହୃଦଘାତରେ ଜୀବନ ଯାଇଥିବା ଜଣାଯାଇଛି।

Advertisment

ମାୟାନଗରୀ ମୁମ୍ବାଇରେ ରହୁଥିବା ଦିଲ୍ଲୀପ ସାଲବୀଙ୍କ ଘରୁ ଅଚାନକ ଗୁଳି ଫୁଟିବା ଶବ୍ଦ ଶୁଭାଗଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଯାହା ଦେଖିଲେ ତାହାକୁ ବିଶ୍ୱାସ କରି ପାରିଲେନି। କାରଣ ଘର ଚଟାଣରେ ଦିଲ୍ଲୀପ ସାଲବୀଙ୍କ ପତ୍ନୀଙ୍କ ମୃତଦେହ ପଡ଼ିଥିବା ବେଳେ ତା’ ନିକଟରେ ତାଙ୍କ ମୃତଦେହ ବି ପଡ଼ିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଦୁଇଟଇ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିଲ୍ଲୀପ ସାଲବୀଙ୍କ ପତ୍ନୀଙ୍କ ଶରୀରରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଦିଲ୍ଲୀପଙ୍କର କିନ୍ତୁ ହୃଦଘାତରେ ଜୀବନ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଉଭୟ ପତିପତ୍ନୀ ଘରେ ଏକୁଟିଆ ରହୁଥିଲେ। ତାଙ୍କର ଏକ ପୁଅ ଓ ଏକ ଝିଅ ଥିବା ବେଳେ ଝିଅର ବିବାହ ସରିଛି। ତେବେ କେଉଁ କାରଣ ପାଇଁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗି ତାହା ଉଗ୍ର ରୂପ ଧାରଣ କଲା ତାହା ସ୍ପଷ୍ଟ ହୋଇ ପାରିନି।

Murder Family Dispute