Advertisment

ପ୍ରଥମ ସ୍ତ୍ରୀଙ୍କୁ ମାରି ଜେଲ୍‌ ଯାଇଥିଲା, ୧୫ ବର୍ଷ ପରେ ଆସି ଦ୍ୱିତୀୟ ସ୍ତ୍ରୀଙ୍କୁ ମାରିଦେଲା

ଜୟପୁର ଟାଉନ ଥାନା ଡଙ୍ଗାଗୁଡ଼ାଗାଁର ଭଗତ ହରିଜନ। ସେ ତାଙ୍କ ଦ୍ୱିତୀୟ ପତ୍ନୀ କୁସୁମା ହରିଜନଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ହତ୍ୟା କରିଥିଲା। ପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲା।

Koraput

Koraput

Advertisment

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଜେଲ୍‌ ଯାଇଥିଲା। ୧୫ ବର୍ଷ ଦଣ୍ଡାଦେଶ ଭୋଗି ଜେଲରୁ ବାହାରିଥିଲା। ଜେଲ୍‌ରୁ ଆସିଲା ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। କୋରାପୁଟ୍‌ ଜିଲ୍ଲା ଜୟପୁର ସହରାଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଜୟପୁର ଟାଉନ ଥାନା ଡଙ୍ଗାଗୁଡ଼ାଗାଁର ଭଗତ ହରିଜନ। ସେ ତାଙ୍କ ଦ୍ୱିତୀୟ ପତ୍ନୀ କୁସୁମା ହରିଜନଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ହତ୍ୟା କରିଥିଲା। ପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲା। ଏନେଇ ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଭଗତକୁ ହରିଜନକୁ ବୋରିଗୁମ୍ମାରୁ ଗିରଫ କରିଥିଲା। ଏଥିସହ ମାଡରେ ବ୍ୟବହୃତ ହୋଇଥିବା କାଠ ଫାଳିଆକୁ ଜବତ କରିଥିଲା। ଖାଇବାକୁ ଦେବାରେ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଭଗତ ହରିଜନ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ସେଥିପାଇଁ ସେ ଗିରଫ ହୋଇ ଜେଲ୍‌ ଯାଇଥିଲା। ୧୫ ବର୍ଷ ଧରି ଜେଲ୍‌ରେ ଥିଲା। ଦଣ୍ଡାଦେଶ ପୂରିବା ପରେ ଜେଲ୍‌ରୁ ବାହାରିଥିଲା। ହେଲେ ସେ ସୁଧୁରିଲା ନାହିଁ। ପୁଣି ଥରେ ନିଜର ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିଛି।

Advertisment

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Murder Crime Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe