Advertisment

ରକ୍ତମୁଖା ଯୁବକ; ସ୍ତ୍ରୀକୁ ହତ୍ୟା କରିବା ପରେ ୨ନାବାଳକଙ୍କୁ ହାଣି ପକାଇଲା

ପୁଲିସ ଅଭିଯୁକ୍ତ ଗୁରୁନାଥ ଗଉଡକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
 Watermark? Murder

Murder

Advertisment

ରକ୍ତମୁଖା ଯୁବକ। ରାତିରେ ସ୍ତ୍ରୀକୁ ହତ୍ୟା କରିଥିଲା। ଏତିକିରେ ମନ ବୁଝି ନଥିଲା ଯେ ସକାଳେ ଗାଁର ଦୁଇ ନାବାଳକଙ୍କୁ ହାଣି ପକାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମୁନୁଷଗାଁ ପଞ୍ଚାୟତ ଭାଟିପାସ ଗ୍ରାମରେ। ପୁଲିସ ଅଭିଯୁକ୍ତ ଗୁରୁନାଥ ଗଉଡକୁ ଗିରଫ କରିଛି।

Advertisment

ସୂଚନା ଅନୁଯାୟୀ, ଗୁରୁନାଥ ସୋମବାର ରାତିରେ ନିଜ ସ୍ତ୍ରୀ ପୁଷ୍ପା ଗଉଡଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲା। ପରେ ଗାଁ ନିକଟରେ ଥିବା ଜଙ୍ଗଲକୁ ପଳାଇଥିଲା। ଗ୍ରାମବାସୀ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁଷ୍ପାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସମ୍ପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।

ମଙ୍ଗଳ ସକାଳେ ଗାଁକୁ ଦୁଇ ନାବାଳକ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ଗୁରୁନାଥ ଆସି ଦୁଇ ନାବାଳକକୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲା। ପରେ ଗାଁ ନିକଟ ଜଙ୍ଗଲକୁ ପଳାଇଥିଲା। ଉଭୟ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟ ନାବାଳକଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ପରେ କାଶୀପୁର ଏବଂ ଥୁଆମୂଳ ରାମପୁର ପୁଲିସର ମିଳିତ ଉଦ୍ୟମରେ ଗୁରୁନାଥ ଗଉଡକୁ ଗିରଫ କରାଯାଇଥିଲା। ତେବେ ଗୁରୁନାଥ ନିଜ ସ୍ତ୍ରୀକୁ କାହିଁକି ହତ୍ୟା କଲେ , ତାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe