Advertisment

ପ୍ରେମ ବିବାହକୁ ୩ ମାସ ପୂରିନି, ପତ୍ନୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଦେଲେ

କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ବୁଲିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ନାରାୟଣ। ବିଳମ୍ୱିତ ରାତିରେ ପୂରା ଗାଁ ଶୋଇଯାଇଥିଲା। ସେତେବେଳେ ବୁଲିଙ୍କ ମୃତଦେହକୁ ଲୋଗାରେ ଗୋଡ଼ାଇ କାନ୍ଧରେ ପକାଇ ଋଷିକୂଲ୍ୟ ନଦୀ ପଠାକୁ ନେଇଯାଇଥିଲେ ନାରାୟଣ।

ଅଦ୍ୟତନ ହୋଇଛି
Murder

Murder

Advertisment

ଦୁଇ ବର୍ଷର ପ୍ରେମ ସମ୍ପର୍କ ନେଇଥିଲା ବିବାହର ରୂପ। ପ୍ରେମିକାଙ୍କ କପାଳରେ ସିନ୍ଦୂର ଦେଇଥିଲେ ପ୍ରେମିକ। ଗାଁ ମନ୍ଦିରରୁ ଉଠିଥିଲା ସବାରୀ। ବେଶ୍‌ ହସଖୁସିରେ ଚାଲିଥିଲା ସଂସାର ରଥ। ହେଲେ ହଠାତ୍‌ କ’ଣ ହେଲା ଯେ ପ୍ରେମିକାରୁ ପତ୍ନୀ ବନିଥିବା ବୁଲିଙ୍କୁ ଖଣ୍ଡଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଲେ ସ୍ୱାମୀ? ଏପରି ବୀଭତ୍ସ ଓ ଲୋମହର୍ଷଣ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

କବିସୂର୍ଯ୍ୟନଗର ବ୍ଲକ ଜାଗିଲିପଦର ଗାଁର ବୁଲି ମୁଳିଙ୍କୁ ପ୍ରେମ କରୁଥିଲେ ଭଗବାନପୁର ଗାଁରେ ନାରାୟଣ ମୁଳି। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଦୁଇ ପରିବାରର ସହମତିରେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା। ଆଜକୁ ତିନି ମାସ ତଳେ ବୁଲିଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ ନାରାୟଣ। ଆଉ ଭବିଷ୍ୟତ ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ। 

କିଛି ଦିନ ତଳେ ବୁଲି ତାଙ୍କ ବାପ ଘରକୁ ଆସିଥିଲେ। ୨ରୁ ୩ ଦିନ ତଳେ ନାରାୟଣ ଶ୍ୱଶୁର ଘରକୁ ଯାଇଥିଲେ। ଫେରିଲା ବେଳେ ବୁଲିଙ୍କୁ ସାଥୀରେ ନେଇ ଆସିଥିଲେ। ଶାଶୁ ଘରେ ପହଞ୍ଚିବା ଘର କାମରେ ବ୍ୟସ୍ତ ହୋଇପଡ଼ିଥିଲେ ବୁଲି। ବୁଧବାର ଘରେ କେହି ନଥିଲେ। ବୁଲି ଓ ନାରାୟଣ ଦୁହେଁ ଏକାକୀ ଘରେ ରହିଥିଲେ। ରାତି ପ୍ରାୟ ୧୨ଟା ହେବ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ବୁଲିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ନାରାୟଣ।

Advertisment

ବିଳମ୍ୱିତ ରାତିରେ ପୂରା ଗାଁ ଶୋଇଯାଇଥିଲା। ସେତେବେଳେ ବୁଲିଙ୍କ ମୃତଦେହକୁ ଲୁଗାରେ ଗୁଡ଼ାଇ କାନ୍ଧରେ ପକାଇ ଋଷିକୂଲ୍ୟ ନଦୀ ପଠାକୁ ନେଇଯାଇଥିଲେ ନାରାୟଣ। ସେଠାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଏକ ଧାରୁଆ କଟୁରୀରେ ପ୍ରଥମେ ବୁଲିଙ୍କ ଗୋଡ଼, ଜଙ୍ଘ, ଦୁଇ ହାତ, ମୁଣ୍ଡକୁ କାଟି ଉଛୁଳା ଋଷିକୂଲ୍ୟକୁ ଫିଙ୍ଗି ଦେଇଥିଲେ। ଆଉ ରାତି ଥାଉଁଥାଉଁ ସେ ଘରକୁ ଫେରିଆସିଥିଲେ। ହେଲେ ରାତିରେ ଘରେ ଶୋଇ ପାରିନଥିଲେ।

ରାତି ସାରା ଘର ଚାରି ପାର୍ଶ୍ୱରେ ଘୂରି ବୁଲିଥିଲେ। ରାତି ପାହିଲା ପରେ ସୋରଡ଼ା ଥାନାକୁ ଯାଇଥିଲେ। ଆଉ ନିଜ ପତ୍ନୀଙ୍କୁ ହତ୍ୟାକରି ଋଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଥିବା କହିଥିଲେ। ହେଲେ ପୁଲିସ୍‌ ତାଙ୍କ ରୂପ ଦେଖି ପ୍ରଥମେ ବିଶ୍ୱାସ କରିପାରିନଥିଲା। ତାଙ୍କୁ ଫେରାଇ ଦେଇଥିଲା। ତାଙ୍କର କୌଣସି କଥା ଶୁଣିନଥିଲା।

ଦିନ ବଢ଼ିଲା। ହେଲେ ଦୁଇ ଦିନ ତଳେ ବାପଘରୁ ଶାଶୂ ଘରକୁ ଆସିଥିବା ବୁଲିଙ୍କ ଖୋଜ ଖବର ମିଳିଲା ନାହିଁ। ଏହାକୁ ନେଇ ବୁଲିଙ୍କ ବାପଘର ଲୋକଙ୍କ ମନରେ ସନ୍ଦେହ ହୋଇଥିଲେ। ସେମାନେ ଏନେଇ ସୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ସ୍ୱାମୀ ନାରାୟଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଆଉ ତା’ପରେ ନାରାୟଣ ସବୁ କଥା କହିଦେଇଥିଲେ। ପତ୍ନୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ। ହେଲେ କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କରିଛନ୍ତି, ତାହା କହି ନାହାନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ନାରାୟଣର ବୟାନ୍‌ ଆଧାରରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀ ମୃତଦେହ ଖୋଜୁଛନ୍ତି। ହେଲେ ନଦୀରେ ପ୍ରବଳ ପାଣି ଥିବାରୁ ବର୍ତ୍ତମାନ ସୁଦ୍ଧା ମୃତଦେହ ମିଳିନାହିଁ। ତେବେ ନଦୀ ପଠାରେ ପଡ଼ିଥିବା ରକ୍ତର ଛିଟା ଦେଖି ତଦନ୍ତକୁ ଆଗକୁ ବଢ଼ାଉଛି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Ganjam Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe