Advertisment

ଯେଉଁ ହାତରେ ସିନ୍ଦୂର ଦେଇଥିଲା, ସେଇ ହାତରେ ତଣ୍ଟିଚିପି ମାରିଲା

ସ୍ୱାମୀ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ପାଖରେ ସ୍ୱାକାର କରିଛି।

Kandhamal

Kandhamal

Advertisment

ପତ୍ନୀକୁ ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବି. ଡକେବାଡି ଅଞ୍ଚଳରେ। ପୁଲିସ ସ୍ୱାମୀ ମିତୁ ପ୍ରଧାନକୁ ଅଟକ ରଖି ପଚରା ଉଚରା କରୁଛି।

Advertisment

ସୂଚନା ଅନୁଯାୟୀ ଉଭୟ ପତି ପତ୍ନୀ ଭଲ ପାଇ୯ ବର୍ଷ ତଳେ ବିବାହ କରିଥିଲେ। ଏବେ ସେମାନଙ୍କର ୭ବର୍ଷର ଗୋଟିଏ ପୁଅଟିଏ ଅଛି। ମଙ୍ଗଳବାର ଦିନ ଠାରୁ ପତ୍ନୀ ଶାନ୍ତନା ନିଖୋଜ ଥିବା ନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ଆଉ ଆଜି ପରିବାର ଲୋକେ ଘର ନିକଟ ପାହାଡ଼ରେ ତାଙ୍କର ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ରକ୍ତାକ୍ତ ମର ଶରୀର ଦେଖି ପରିବାର ଲୋକେ ଏହା ହତ୍ୟା କରାଯାଇ ଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସ୍ୱାମୀ ମିତୁକୁ ଥାନାକୁ ନେଇ ପଚରା ଉଚରା କରିଥିଲା। ଏହାପରେ ସ୍ୱାମୀ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ପାଖରେ ସ୍ୱାକାର କରିଛି। କାହିଁକି ନିଜ ପତ୍ନୀକୁ ସ୍ୱାମୀ ମିତୁ ହତ୍ୟା କଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏନେଇ ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ସାହାଯ୍ୟରେ ଦାରିଂବାଡ଼ି ପୁଲିସ ଅଧିକ ତଦନ୍ତ ଚଳାଇଛି।

Advertisment

ଅନ୍ୟପଟେ ପରିବାର ଲୋକେ ପତ୍ନୀହନ୍ତା ସ୍ୱାମୀକୁ କଠୋର ଦଣ୍ଡ ମିଳିବା ସହ ଆମକୁ ନ୍ୟାୟ ମିଳୁ ବୋଲି ମୃତକଙ୍କ ଭଉଣୀ ଦାବି କରିଛନ୍ତି। ପତ୍ନୀ ଶାନ୍ତନାଙ୍କ ସ୍ୱାମୀ ଶ୍ୱଶୁର ଘର ଲୋକେ ତାଙ୍କୁ ପସନ୍ଦ କରୁନଥିଲେ। ସବୁବେଳେ ଝଗଡ଼ା କରୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe