Advertisment

ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀଙ୍କୁ ହାଣିଲା, ପୁଲିସ୍‌କୁ ଫୋନ୍‌ କରି କହିଲା

କାମ ସରିବା ପରେ କସ୍ତୁତି ଘରକୁ ଫେରୁଥିଲେ। ରାଗରେ ଜର୍ଜରିତ ଥିବା ଭୋଳାନାଥ କିଛି ପଚରାଉଚରା କରିବା ପରିବର୍ତ୍ତେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ କସ୍ତୁରୀ।

Woman

Woman

Advertisment

ଚରିତ୍ରକୁ ସନ୍ଦେହ କରି ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲା। ପରେ ହତ୍ୟା ସମ୍ପର୍କରେ ଫୋନ୍‌ କରି ପୁଲିସ୍‌କୁ କହିଲା। ପୁଲିସ ଆସିବା ପରେ ଟାଙ୍ଗିଆ ସହ ଆତ୍ମସମର୍ପଣ କଲା ହତ୍ୟାକାରୀ ସ୍ୱାମୀ। ଆଜି ଏମିତି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳରେ। ମୃତଦେହ ଜବତ କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ହରଭଙ୍ଗା ବ୍ଲକ ସାମ୍ପୋଚ ଗାଁର ଭୋଲାନାଥ ସ୍ୱାଇଁଙ୍କ ପତ୍ନୀ କସ୍ତୁରୀ ଆଜି ଜମି ସକାଳେ ବିଲକୁ ତଳି ରୋଇବାକୁ ଯାଇଥିଲେ। ସେହି ସମୟରେ ସେ ଅନ୍ୟ ଜଣେ ପୁରୁଷଙ୍କ ସହିତ କଥା ହେଉଥିଲେ। ଏପରି କଥାବାତ୍ତା ଦେଖି ନେଇଥିଲେ ତାଙ୍କ ସ୍ୱାମୀ ଭୋଳାନାଥ। ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଯାଇଥିଲେ। ପରେ ଘରକୁ ଫେରି ଟାଙ୍ଗିଆ ଧରି ସ୍ତ୍ରୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ।

କାମ ସରିବା ପରେ କସ୍ତୁତି ଘରକୁ ଫେରୁଥିଲେ। ରାଗରେ ଜର୍ଜରିତ ଥିବା ଭୋଳାନାଥ କିଛି ପଚରାଉଚରା କରିବା ପରିବର୍ତ୍ତେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ କସ୍ତୁରୀ। ରକ୍ତ ମୁଖା ହୋଇଥିବା ଭୋଳାନାଥ ଟାଙ୍ଗିଆ ଧରି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଛି ଉପାୟ ନପାଇ କସ୍ତୁରୀ ଘରେ ପଶି କବାଟ କିଳିବା ବେଳେ ଭୋଳାନାଥ ତାଙ୍କ ବେକରେ ଚୋଟଟିଏ ପକାଇଥିଲେ। ଆଉ ତା’ପରେ ସେଇଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯାଇଥିଲେ କସ୍ତୁରୀ। ସେଇଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ପତ୍ନୀଙ୍କୁ ହତ୍ୟା କରିବା ପରେ ଭୋଳାନାଥ ପୁଲିସ୍‌କୁ ଫୋନ୍‌ କରି ଏନେଇ ଖବର ଦେଇଥିଲା। ବୌଦ୍ଧ ଆଦର୍ଶ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଭୋଲାନାଥ ଆତ୍ମସମର୍ପଣ କରିଥିଲା। ପୁଲିସ୍‌ ମୃତଦେହ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ସେପଟେ ପୁଲିସ୍ ଭୋଲାନାଥକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦଳର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe