/odisha-reporter/media/post_attachments/uploadimage/library/16_9/16_9_0/Deadbody_1696920994.jpg)
Deadbody
ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାର ସ୍ୱାମୀ ହତ୍ୟା କରି ପଡ଼ିଆ ପକାଇ ଦେଇ ପଳାଇଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରାଧାରାଣୀ ବେହେରା। ଅଭିଯୁକ୍ତ ସ୍ୱାମୀ ଦିପକ ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଦୀପକ ବାହାର ରାଜ୍ୟରେ କାମ କରୁଥିଲେ। ଦିପକଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ବାହାର ରାଜ୍ୟରେ ରହୁଥିଲେ। ୨ଦିନ ତଳେ ଗାଁକୁ ଆସୁଥିବା ଦିପକ ନିଜ ପଡ଼ୋଶୀକୁ କହିଥିଲେ।। ଆଜି ସକାଳେ ଗାଁ ଲୋକ ପଡିଆରେ ରାଧାରାଣୀଙ୍କ ମୃତ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।
ଅନ୍ୟପକ୍ଷରେ ଗତକାଲି ରାତିରେ ଦିପକ ୩ବର୍ଷର ଝିଅକୁ ତାଙ୍କ ଭଉଣୀ ପାଖରେ ଛାଡ଼ି ଦେଇ ଆସିଥିଲେ। ଆଜି ସକାଳେ ବାସୁଦେବପୁର ଥାନାରେ ପହଞ୍ଚି ମୋ ସ୍ତ୍ରୀ ସହ ମୋର ଝଗଡା ହୋଇଛି ବୋଲି କହିଥିଲେ। ପୁଲିସ ଦିପକଙ୍କୁ ଅଟକ ରଖି ସହ ପଚରାଉଚରା କରିବା ପରେ ନିଜ ପତ୍ନୀଙ୍କୁ ମାରିଥିବା ସେ ପୁଲିସ ଆଗରେ ସତ ମାନିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ଦିପକ ରାଧାରାଣୀଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦିପକ ୭ବର୍ଷ ତଳେ ରାଧାରାଣୀଙ୍କୁ ପ୍ରେମ ବିବାହ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
