Advertisment

ଆଗପଛ ହୋଇ ଚାଲିଗଲେ ବାପାମା’; ଅନାଥ ହୋଇଗଲେ ଦୁଇ ପିଲା

ଗତ ୧୯ ତାରିଖରେ ମୋହନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ଝଗଡ଼ା ହୋଇଥିଲା।ଏଥିରେ ପତିପତ୍ନୀ ଉତ୍ତ୍ୟକ୍ତ ହୋଇ ବିଷ ଖାଇ ଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
DeadBody

DeadBody

ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସାମାନ୍ୟ କଥାରେ କ୍ରୋଧ୍ୱାନ୍ୱିତ ହୋଇ ହିତାହିତ ଜ୍ଞାନ ହରାଇ ବସିଲେ ଦମ୍ପତି। ବିଷପାନ କରି ଆଗପଛ ହୋଇ ଚାଲିଗଲେ ସ୍ୱାମୀସ୍ତ୍ରୀ।ବାପାମା’କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଦୁଇ ପିଲା। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଁଶଗଡ ଗାଁରେ। ମୃତ ଦମ୍ପତି ହେଲେ ମୋହନ ହୋ ଓ ତାଙ୍କ ପତ୍ନୀ ରଜନୀ ହୋ।

Advertisment

ଗତ ୧୯ ତାରିଖରେ ମୋହନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ଝଗଡ଼ା ହୋଇଥିଲା। ଏଥିରେ ପତିପତ୍ନୀ ଉତ୍ତ୍ୟକ୍ତ ହୋଇ ବିଷ ଖାଇ ଦେଇଥିଲେ। ପାଖ ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ରଜନୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହେଲେ ମୋହନଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କର ମୃତ୍ୟୁ ଘଟିଛି। ମୋହନ ଓ ରଜନୀଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

ମୋହନ ଓ ରଜନୀଙ୍କର ଦୁଇଟି ପିଲା ଅଛନ୍ତି। ସେମାନଙ୍କର ମଧ୍ୟରୁ ଜଣେ ଭିନ୍ନକ୍ଷମ ବୋଲି ଜଣାଯାଇଛି। ବାପାମା’ ଆଗପଛ ହୋଇ ଚାଲିଯିବା ପରେ ଭାଙ୍ଗିପଡ଼ିଛନ୍ତି ଦୁଇ ପିଲା। ବାପାମା’କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି।

Advertisment
Kendujhar Death