Advertisment

ବାୟା କଲା ପଡ଼ୋଶୀନିଙ୍କ ପ୍ରେମ, ପତ୍ନୀଙ୍କୁ ମାରି ଝୁଲାଇ ଦେଲେ

ପଡ଼ୋଶୀନିଙ୍କ ପାଇଁ ପତ୍ନୀଙ୍କୁ ମାରଧର କଲେ । ଅଧିକ ଯୌତୁକ ଆଣିବାକୁ ଧମକ ଦେବା ସହ ଶେଷରେ ଗତକାଲି ଆମ ଝିଅ ଜୀବନ ନେଇଗଲେ ବୋଲି ହୋଇଛି ସାଂଘାତିକ ଅଭିଯୋଗ ।

author-image
Niharika Rout
ଅଦ୍ୟତନ ହୋଇଛି
Sasmita with husband

Sasmita with husband

‘ପଡ଼ୋଶୀ ଘରର ଝିଅ ପ୍ରେମ ବାୟା କଲା। ଫଳରେ ନିଜ ପତ୍ନୀ ତୁଚ୍ଛ ଲାଗିଲା। ପଡ଼ୋଶୀନିଙ୍କ ପାଇଁ ପତ୍ନୀଙ୍କୁ ମାରଧର କଲେ । ଅଧିକ ଯୌତୁକ ଆଣିବାକୁ ଧମକ ଦେବା ସହ ଶେଷରେ ଗତକାଲି ଆମ ଝିଅ ଜୀବନ ନେଇଗଲେ। ’ ନିଜ ଝିଅର ମୃତ୍ୟୁ ପରେ କୋହ ଭରା କଣ୍ଠରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଝିଅଙ୍କ ପରିବାର ଲୋକେ।

Advertisment

ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ କେଶପୁରରେ ଘଟିଛି। ମୃତା ମହିଳାଜଣକ ହେଲେ ସସ୍ମିତା ସାହୁ । ସସ୍ମିତା ଦୁଇ ବର୍ଷ ପୂର୍ବେ କେଶପୁର ଗାଁର ସୁଧୀର ସାହୁ ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଛୋଟ ଝିଅ ଅଛି। ଏହାପରେ ବି ସୁଧୀର ପଡ଼ୋଶୀ ଝିଅଙ୍କ ପ୍ରେମରେ ପଡ଼ି ନିଜ ସଂସାର ଛାରଖାର କରିଥିବା ସସ୍ମିତାଙ୍କ ପରିବାର ଲୋକେ କହିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ପରେ ଝିଅଜ୍ୱାଇଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ମାତ୍ର ଧୀରେ ଧୀରେ ପଡ଼ୋଶୀ ଘର ଝିଅ ସହ ସ୍ୱାମୀଙ୍କ ପରକିୟା ପ୍ରୀତି ସମ୍ପର୍କରେ ଜାଣି ପାରିଥିଲେ ସସ୍ମିତା । ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜ୍ୱାଇଁ ଆମ ଝିଅକୁ ମାରଧର କରିବା ସହ ଯୌତୁକ ଆଣିବାକୁ ଧମକ ଦେଉଥିଲେ। ଯୌତୁକ ଆଣି ନ ପାରିଲେ ଛାଡ଼ିଦେବେ ବୋଲି ବି କହୁଥିଲେ।

Advertisment

ଏନେଇ ସସ୍ମିତା ନିଜ ପରିବାର ଲୋକଙ୍କୁ ଜଣାଇଥିବା ବେଳେ ସବୁ କିଛି ଠିକ୍‌ ହୋଇଯିବା ଆଶାରେ ସେମାନେ ସବୁ ସହିଯିବାକୁ ଝିଅକୁ କହୁଥିଲେ। ଏନେଇ ଉଭୟ ପରିବାର ଲୋକେ ଆଲୋଚନା କରିଥିବା ବେଳେ ପୁଅ ଆଉ ପଡ଼ୋଶୀ ଝିଅ ସହ କଥା ହେବନି ବୋଲି କହିଥିଲା। ଇତି ମଧ୍ୟରେ ଝିଅର କଷ୍ଟ ସହି ନ ପାରି ସସ୍ମିତାଙ୍କ ମା’ ୩୦ ହଜାର ଟଙ୍କା ଲୋନ୍‌ କରି ଜ୍ୱାଇଁଙ୍କୁ ଦେଇଥିଲେ। ଏହାପରେ ବି କମି ନ ଥିଲା ନିର୍ଯାତନା।

Family members of sasmitaସସ୍ମିତାଙ୍କ ମା’ ଓ ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଗତକାଲି ସସ୍ମିତା ସ୍ୱାମୀଙ୍କ ସହ ନିଜ ବାପଘରକୁ ଶ୍ରାଦ୍ଧ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରି ସନ୍ଧ୍ୟା ସମୟରେ ସ୍ୱାମୀଙ୍କ ମୋବାଇଲ ଦେଖୁଥିବା ବେଳେ ଉକ୍ତ ଯୁବତୀଙ୍କ ମେସେଜ ଆସିଥିଲା। ଏହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଏହାପରେ ସସ୍ମିତାଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି ପିଟିପିଟି ଲହୁଲୁହାଣ କରିଥିଲ। ଏହାପରେ ତଣ୍ଟି ଚିପି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନ୍‌ରେ ଝୁଲାଇ ଦେଇଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ବାପ ଘର ଲୋକେ ପହଞ୍ଚି ସସ୍ମିତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ବୋହୂକୁ ହତ୍ୟା କରିଥିବା ଅଭିଯୋଗକୁ ସସ୍ମିତାଙ୍କ ଶ୍ୱଶୁର ସୁବାଷ ସାହୁ ଖଣ୍ଡନ କରିଛନ୍ତି। ବୋହୂ ନିଜ ରୁମ୍‌ କବାଟ ବନ୍ଦ କରି ଝୁଲି ପଡ଼ିଥିବା ସେ କହିଛନ୍ତି। ଏଥିସହ ସେମାନେ ତାକୁ କେବେ ବି ମାରଧର କରି ନ ଥିବା କିମ୍ବା ତା’ର ହତ୍ୟା କରି ନ ଥିବା କହିଛନ୍ତି।

ସସ୍ମିତାଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସସ୍ମିତାଙ୍କ ଶାଶୁ ଘର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ କାହାକୁ ଅଟକ ରଖି ନ ଥିବା ଜଣାଯାଇଛି।

Ganjam Murder Love Betrayal Family Dispute