ସାମାନ୍ୟ କଳହରୁ ଉଜୁଡ଼ିଗଲା ସଂସାର । ନିଶାସକ୍ତ ବାପା ହିତାହିତ ଜ୍ଞାନ ହରାଇ ବସିବାରୁ ମା’ ଛେଉଣ୍ଡ ହୋଇଗଲେ ଦୁଇ କଅଁଳ ଶିଶୁ। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବି. ଫଟକରା ଗାଁରେ ଘଟିଛି।
ମୃତା ମହିଳାଜଣକ ହେଲେ ମମତା ଛନ୍ଦ । ମମତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ଅଭିଜିତ ଛନ୍ଦଙ୍କୁ ଅଟକ ରଖିଛି। ଅଭିଜିତ ଓ ମମତା ୮ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଦୁଇଟି ପୁଅ ଅଛନ୍ତି । ମାତ୍ର ଅଭିଜିତ ସବୁବେଳେ ନିଶାସକ୍ତ ଅବସ୍ଥାରେ ଫେରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।
ଗତ ରାତିରେ ଅଭିଜିତ ନିଶାରେ ଚୁର ହୋଇ ଘରକୁ ଫେରିଥିବା ବେଳେ ମମତା ରାଗି ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ହିତାହିତ ଜ୍ଞାନ ଭୁଲି ଅଭିଜିତ ପତ୍ନୀଙ୍କ ବେକ ଚିପି ଦେଇଥିଲେ। ଏହାପରେ ସେ ଘରୁ ଫେରାର ହୋଇ ଯାଇଥିଲେ।
Also Read
ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଜିତ ଛନ୍ଦଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି । ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

Crime
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଖଣ୍ଡଖଣ୍ଡ କରିବା ଘଟଣା: କଳା ଯାଦୁ, ଟଙ୍କା ଟ୍ରାନ୍ସଫର ଓ ପରକୀୟା ପ୍ରୀତି!
ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା।

Crime
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ
ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।