Advertisment

ସାମାନ୍ୟ କଳହରୁ ଉଜୁଡ଼ିଗଲା ସଂସାର, ମା’ ଛେଉଣ୍ଡ ହୋଇଗଲେ ଦୁଇ କଅଁଳ ଶିଶୁ

ସାମାନ୍ୟ କଳହରୁ ଉଜୁଡ଼ିଗଲା ସଂସାର । ନିଶାସକ୍ତ ବାପା ହିତାହିତ ଜ୍ଞାନ ହରାଇ ବସିବାରୁ ମା’ ଛେଉଣ୍ଡ ହୋଇଗଲେ ଦୁଇ କଅଁଳ ଶିଶୁ।

Detained

Detained

Advertisment

ସାମାନ୍ୟ କଳହରୁ ଉଜୁଡ଼ିଗଲା ସଂସାର । ନିଶାସକ୍ତ ବାପା ହିତାହିତ ଜ୍ଞାନ ହରାଇ ବସିବାରୁ ମା’ ଛେଉଣ୍ଡ ହୋଇଗଲେ ଦୁଇ କଅଁଳ ଶିଶୁ। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବି. ଫଟକରା ଗାଁରେ ଘଟିଛି।

Advertisment

ମୃତା ମହିଳାଜଣକ ହେଲେ ମମତା ଛନ୍ଦ । ମମତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଅଭିଜିତ ଛନ୍ଦଙ୍କୁ ଅଟକ ରଖିଛି। ଅଭିଜିତ ଓ ମମତା ୮ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଦୁଇଟି ପୁଅ ଅଛନ୍ତି । ମାତ୍ର ଅଭିଜିତ ସବୁବେଳେ ନିଶାସକ୍ତ ଅବସ୍ଥାରେ ଫେରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

ଗତ ରାତିରେ ଅଭିଜିତ ନିଶାରେ ଚୁର ହୋଇ ଘରକୁ ଫେରିଥିବା ବେଳେ ମମତା ରାଗି ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ହିତାହିତ ଜ୍ଞାନ ଭୁଲି ଅଭିଜିତ ପତ୍ନୀଙ୍କ ବେକ ଚିପି ଦେଇଥିଲେ। ଏହାପରେ ସେ ଘରୁ ଫେରାର ହୋଇ ଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଜିତ ଛନ୍ଦଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି । ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Murder Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe