Advertisment

ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ!

୮ ବର୍ଷ ତଳେ ସସ୍ମିତା ମଇଁଷାମୁଣ୍ଡା ଗାଁର ଦୀପକ ବେହେରାଙ୍କୁ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Police station

Police station

Advertisment

ଜଣେ ଗର୍ଭବତୀ ମହିଳାଙ୍କୁ ତାର ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ଝିଅର ଶ୍ୱଶୁର ଘର ଲୋକଙ୍କ ନାଁରେ  ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଇଁଷାମୁଣ୍ଡା ଗାଁରେ। ମୃତ ମହିଳା ଜଣଙ୍କ ସସ୍ମିତା ସାହୁ।

Advertisment

 ୮ ବର୍ଷ ତଳେ ସସ୍ମିତା ମଇଁଷାମୁଣ୍ଡା ଗାଁର ଦୀପକ ବେହେରାଙ୍କୁ ବିବାହ କରିଥିଲେ। ବିବାହ ପରେ ଦୀପକ ସସ୍ମିତାଙ୍କୁ ମଦ ପିଇ ଆସି ମାରପିଟ କରୁଥିଲେ। ଏନେଇ ସସ୍ମିତା  ପରିବାର ଲୋକଙ୍କୁ ଜଣାଇଥିଲେ। ଉଭୟ ପରିବାର ମଧ୍ୟରେ ଏନେଇ ବହୁଥର ବୁଝାମଣା ହୋଇଥିଲା। ସସ୍ମିତା ୮ ମାସର ଗର୍ଭବତୀ ଥିଲେ। ଗୁରୁବାର ସସ୍ମିତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଥିଲା। ସସ୍ମିତାଙ୍କୁ ତାର ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସସ୍ମିତା ଭଉଣୀ କହିଛନ୍ତି, ମୋ ଭଉଣୀର ସ୍ୱାମୀ ସବୁବେଳେ ମଦ ପିଏ। ଓ ତାକୁ ମାରଧର କଳେ।ତାର ସ୍ୱାମୀ ମଦ ପିଇକି ଆସି  ମୋ ଭଉଣୀର ତଣ୍ଟି ଚିପି ଦେଇଛି। ମୋ ଭଉଣୀ ଆତ୍ମହତ୍ୟା କରିନାହିଁ।  ଏ ନେଇ ସସ୍ମିତାଙ୍କ ଶାଶୁଘର ପରିବାର  କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Odisha Police Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe