Advertisment

ପ୍ରେମ ବିବାହ କରିଥିଲେ; ପତ୍ନୀଙ୍କୁ ପିଟିପିଟି ମାରି ଦେଲେ

ପୁଲିସ ସ୍ୱାମୀ ପାଣ୍ଡୁ ସିଂହଙ୍କୁ ଅଟକ ରଖି ପଚରାଉରା କରୁଛି।

author-image
Tapaswini Nayak
undefined

Murder

ବାପାମା’କୁ ପର କରି ପ୍ରେମିକର ହାତ ଧରିଥିଲେ ଜାନୁ ସିଂହ। ସୁଖରେ ସଂସାର ଗଢ଼ିବେ ବୋଲି ଦେଖିଥିଲେ ଅନେକ ସ୍ୱପ୍ନ। ହେଲେ ବିବାହର କିଛି ଦିନ ପରେ ସେହି ସ୍ୱପ୍ନ ଚୁରମାର ହୋଇଯାଇଥିଲା। ମଦ ପିଇ ଆସି ସ୍ୱାମୀ ପ୍ରତିଦିନ ବାଡ଼ାଉଥିବା ବେଳେ ଗତକାଲି ପ୍ରେମିକାରୁ ପତ୍ନୀ ବନିଥିବା ଜାନୁକୁ ମଦ୍ୟପ ସ୍ୱାମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ କମାରପାଳ ପଞ୍ଚାୟତ ଛିଞ୍ଚିଡା ଗ୍ରାମରେ।

Advertisment

ଜାନୁ ଔପଦା ଥାନା କମାରପାଳ ପଞ୍ଚାୟତ ଛିଞ୍ଚିଡା ଗ୍ରାମର ପାଣ୍ଡୁ ସିଂହଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ସଂସାର ରଥ। ତା’ପରେ ଆରମ୍ଭ ହୋଇଯାଇଥିଲା ଜାନୁଙ୍କ ଉପରେ ଅତ୍ୟାଚାର। ପ୍ରତିଦିନ ମଦ ପିଇ ଆସି ଜାନୁଙ୍କୁ ମାଡ଼ ମାରୁଥିଲେ ପାଣ୍ଡୁ। ଏନେଇ ଜାନୁ ନିଜ ପରିବାର ଲୋକଙ୍କ ପାଖରେ କହିଥିଲେ। ପରିବାର ଲୋକେ ମଧ୍ୟ ପାଣ୍ଡୁଙ୍କୁ ବହୁଥର ବୁଝାସୁଝା କରିଥିଲେ। ହେଲେ କିଛି ସୁଫଳ ମିଳିନଥିଲା।

ଗତକାଲି ବିଳମ୍ବିତ ରାତିରେ ପାଣ୍ଡୁ ମଦ ପିଇ ଘରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ପରେ ପାଣ୍ଡୁ ଉତ୍‌କ୍ଷିପ୍ତ ହୋଇ ଜାନୁକୁ ପିଟିପିଟି ହତ୍ୟା କରିଥିବା ତାଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି। ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି। ପୁଲିସ ସ୍ୱାମୀ ପାଣ୍ଡୁ ସିଂହଙ୍କୁ ଅଟକ ରଖି ପଚରାଉରା କରୁଛି।

Advertisment
Murder Balasore