Advertisment

ସଇତାନ ସ୍ୱାମୀ; ବାଲ୍‌ଟିରେ ପିଟି ସ୍ତ୍ରୀକୁ କଲା ହତ୍ୟା

ସ୍ୱାମୀ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Dead person

Dead person

ସ୍ୱାମୀ ସାଜିଲା ସଇତାନ। ନିଜ ସ୍ତ୍ରୀକୁ ବାଲଟିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଣିଆ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କବିତା ମହାନ୍ତି। ସ୍ୱାମୀ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

କବିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଜି ସକାଳେ କବିତା ଗାଧୋଇ ବାଥରୁମ୍‌ରୁ ଆସୁଥିଲେ। ଏହି ସମୟରେ ସଞ୍ଜୟ ଘରେ ଥିବା ଷ୍ଟିଲ ବାଲଟି ଆଣି କବିତାଙ୍କ ମୁଣ୍ଡକୁ  ପିଟି ଦେଇଥିଲେ। କବିତା ତଳେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ କବିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟ ୧୪ ବର୍ଷ ତଳେ କବିତାଙ୍କୁ ବିବାହ କରିଥିଲେ। କବିତାଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। କବିତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। 

Advertisment
Murder Balasore