Advertisment

ପାରିବାରିକ କଳହରୁ ବୀଭତ୍ସ ହତ୍ୟା:ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ

ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଲିଲି ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା।

Jaleswar

Jaleswar

Advertisment

ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଲିଲି ଦଣ୍ଡପାଟ। ପୁଲିସ ଏହି  ଘଟଣାରେ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଲିଲି ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଅର୍ଜୁନ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ଲିଲିଙ୍କୁ ହାଣି ହତ୍ୟା କରିଥିଲା। ଲିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ତାଙ୍କ ବଡ଼ ଝିଅ ଦେଖି ପରିବାର ଲୋକଙ୍କୁ ଡାକିଥିଲା।

ପରିବାର ଲୋକେ ଲିଲିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲିଲିଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Balasore Muder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe