Advertisment

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଶୋର ଓ ସୁନିତା ୧୪ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ।

author-image
Tapaswini Nayak
Tension situation

Tension situation

ପାରିବାରିକ କଳହରୁ ଜଘନ୍ୟକାଣ୍ଡ। ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କୁସନପୁରୀ ବିଜୟା ଛକ ନିକଟରେଏହି ଘଟଣା ଘଟିଛି। ମୃତକମାନେ ହେଲେ ଶୋର ଭୁଏ ତାଙ୍କ ପତ୍ନୀ ସୁନିତା ଭୁଏ l

Advertisment

ଶୋର ଓ ସୁନିତା ୧୪ ବର୍ଷ ପୂର୍ବରୁ ପ୍ରେମ ବିବାହ କରିଥିଲେ। ପ୍ରାୟ ୪ ବର୍ଷ ହେବ ସେମାନେ ଭଟଲିରେ ଆସି ରହୁଥିଲେ। ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଶୋର ଉତ୍ତ୍ୟକ୍ତ ହୋଇ ସୁନିତାଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ। ପରେ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।

ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସୁନିତା ଘର କବାଟ ଖୋଲିନଥିଲେ। ଘର ମାଲିକ କବାଟ ବାଡ଼େଇ ଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ। ଏନେଇ ଘର ମାଲିକଙ୍କର ସନ୍ଦେହ ହୋଇଥିଲା। ପୁଲିସକୁ ଘଟଣାସଂପର୍କରେ ଜଣାଇବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Baragrah