Advertisment

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ପୁଲିସ ଅଭିଯୁକ୍ତ ସ୍ୱମୀ ଶୁକଦେବ ସିଂହକୁ ଅଟକ ରଖିଛି।

undefined

Murder

Advertisment

ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ତାର ସ୍ୱାମୀ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ କୁନିମଣି ସିଂହ। ପୁଲିସ ଅଭିଯୁକ୍ତ ସ୍ୱମୀ ଶୁକଦେବ ସିଂହକୁ ଅଟକ ରଖିଛି।

Advertisment

ଗତକାଲି ରାତିରେ ଶୁକଦେବ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଶୁକଦେବ ଉତ୍‌କ୍ଷିପ୍ତ ହୋଇ ପଥର ଆଣି କୁନିମଣିଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣାସ୍ଥଳରେ କୁନିମଣିଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶୁଭଦେବଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe