Advertisment

ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଲକ୍ଷ୍ମୀ ସ୍ୱାମୀ

ଅଦ୍ୟତନ ହୋଇଛି
Murder

Murder

Advertisment

ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ‌ହଜାରିସାହିରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ସିଂ। ପୁଲିସ ତାଙ୍କ ସ୍ୱାମୀ ରବୀନ୍ଦ୍ର ସିଂଙ୍କୁ ଗିରଫ କରିଛି। 

Advertisment

ଲକ୍ଷ୍ମୀ ସିଂ ସ୍ୱାମୀ ରବୀନ୍ଦ୍ରଙ୍କ ସହିତ ଦିଲ୍ଲୀରେ ରହୁଥିଲେ। ଲକ୍ଷ୍ମୀଙ୍କ ଭାଇଙ୍କ ବିବାହ ଥିଲା । ସେଥିପାଇଁ ୨ ପୁଅଙ୍କୁ ନେଇ ମାସେ ତଳେ ଲକ୍ଷ୍ମୀ ଦିଲ୍ଲୀରୁ ତାଙ୍କ ବାପଘର ହଜାରିସାହିକୁ ଆସିଥିଲେ। ସ୍ୱାମୀ ମଧ୍ୟ ତାଙ୍କ ସହ ଆସିଥିଲେ।  

ଗତ ବୁଧବାର ରାତିରେ ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରିବାର ଲୋକେ ବୁଝାସୁଝା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଶାନ୍ତ ପଡ଼ିଥିଲା। ହେଲେ ରବୀନ୍ଦ୍ରଙ୍କ ରାଗ ଶାନ୍ତ ପଡ଼ି ନଥିଲା। ରାତିରେ ଲକ୍ଷ୍ମୀ ଶୋଇଥିବା ବେଳେ ତାଙ୍କୁ ରବୀନ୍ଦ୍ର ପ୍ରଥମେ ତକିଆ ପକାଇ ହତ୍ୟା କରିଥିଲେ। ଏହା ପରେ ବି ରବୀନ୍ଦ୍ରଙ୍କ ରାଗ ଶାନ୍ତ ପଡ଼ି ନଥିଲା। ଏକ ଧାରୁଆ ଅସ୍ତ୍ର ଆଣି ଲକ୍ଷ୍ମୀଙ୍କ ତଣ୍ଟିକାଟି ଦେଇଥିଲେ।

Advertisment

ଗତକାଲି ସକାଳେ ପରିବାର ଲୋକେ ଲକ୍ଷ୍ମୀ ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାପରେ ରବୀନ୍ଦ୍ର ଫେରାର ହୋଇଯାଇଥିଲା। ପୁଲିସ ଖୋଜାଖୋଜି କରି ଗାଁ ନିକଟରୁ ରବୀନ୍ଦ୍ରକୁ  ଗିରଫ କରିଥିଲା। ଏହା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। 

Murder Bhadrak Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe