Advertisment

ପିଶାଚ ସ୍ୱାମୀ;ସ୍ତ୍ରୀକୁ ହାଣି ପିସ୍‌ ପିସ୍ କରିଦେଲା

ସନାତନ ଆମ୍ବୃତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Police station

Police station

ସ୍ୱାମୀ ସାଜିଲା ପିଶାଚ। ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ପିସ୍‌ ପିସ୍ କରିଦେଲା। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ। ମୃତ ମହିଳା ଜଣଙ୍କ ହେଲେ ଆମ୍ବୃତି ନାଗ। ଅଭିଯୁକ୍ତ ସ୍ୱାମୀ ସନାତନ ନାଗ ଫେରାର ଅଛି।

Advertisment

ସନାତନ ଓ ତାଙ୍କ ସ୍ତ୍ରୀ ଟିକିରା ସାହିରେ ରହୁଥିଲେ। ସନାତନ ମଦ ପିଇ ଆସି ପ୍ରତିଦିନ ସ୍ତ୍ରୀଙ୍କ ସହିତ ଝଗଡ଼ା କରନ୍ତି। ଗତକାଲି ରାତିରେ ମଧ୍ୟ ମଦ ପିଇ ଆସି ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସନାତନ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ହାଣି ୨୦ରୁ ୩୦ ପିସ୍‌ କରିଦେଇଥିଲା। ପରେ ସନାତନ ଫେରାର ହୋଇଯାଇଥିଲା। ସକାଳେ ଘର ଆଗରେ ରକ୍ତ ପଡ଼ିଥିବା ଗ୍ରମାବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ଆମ୍ବୃତିଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହାସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସନାତନ ଆମ୍ବୃତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୁଲିସ ସନାତନକୁ ଧରିବାକୁ ଚେଷ୍ଟା ଚଳାଇଛି।

Advertisment
Murder Boudh