ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାର ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନାୟକ ସାହିରେ।
ଗତକାଲି ସନ୍ଧ୍ୟାରେ ହାଡୁ ଓ ସୁରବକା ଉଭୟ କାମରୁ ଫେରିଥିଲେ। ପରେ ଘରେ ଟଙ୍କା ଖର୍ଚ୍ଚକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ହାଡୁ ଉତ୍କ୍ଷିପ୍ତ ହୋଇ ଏକ ଶାବଳ ଆଣି ସୁରବକାଙ୍କୁ ପିଟି ହତ୍ୟା କରିଥିଲେ। ସ୍ୱାମୀସ୍ତ୍ରୀ ପାଟି ତୁଣ୍ଡ ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ।ସୁରବକା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।
Also Read
ଏନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡ ବ୍ୟବହୃତ ଶାବଳକୁ ଜବତ କରି ଘଟଣାର ତଦନ୍ତ କରୁଛି। ହାଡୁ ଓ ସୁରବକାଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ବୋଲି ଗ୍ରାମବାସୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ପେସାଦାର ଚୋରଙ୍କୁ ଧରିଲା ପୁଲିସ୍, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ
ପଶ୍ଚିମବଙ୍ଗର ମୁର୍ସିଦାବାର ଏସ୍.କେ ଆକ୍ବର ସୁନ୍ଦରଗଡ଼ ଟାଉନ ଥାନା ଅରଣ୍ୟନଗରରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଅପରାହ୍ନରେ ସେ କାମ ସାରି ଫେରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଛୁରି ଦେଖାଇ ଧମକ ଚମକ ଦେଇଥିଲେ।
Crime
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!
ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।
Crime
ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିଲେ ବନ କର୍ମଚାରୀ, ଫୁଟିଲା ଗୁଳି
ହାତୀ ଦାନ୍ତ ଡିଲ୍ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
Crime
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
Crime
ମୃତ ମହିଳା କିଏ? UPI ପେମେଣ୍ଟରୁ ମିଳିଲା ହତ୍ୟାକାରୀର ଠିକଣା
ଜଗନ୍ନାଥ ଦେହୁରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ମୃତ ମହିଳା ପରିଚୟ। ସେ ହେଉଛନ୍ତି ତାଙ୍କ ଭାଉଜ ପଦ୍ମାବତୀ ସାମଲ। ତାଙ୍କ ବଡ଼ଭାଇ ବଳରାମ ଦେହୁରୀଙ୍କ ପତ୍ନୀ।