Advertisment

ସ୍ତ୍ରୀଙ୍କୁ କଟୁରୀରେ ହାଣିଦେଲା ସ୍ୱାମୀ

ଚିତ୍କାର ଶୁଣି ସାହି ଭାଇ ଲିଲିଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଧରାକୋଟ ମେଡ଼ିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

author-image
Manoranjan Sial
Crime

Crime

ସ୍ତ୍ରୀଙ୍କୁ କଟୁରୀରେ ହାଣିଦେଲା ସ୍ୱାମୀ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଶୁକ୍ରବାର ରାତିରେ ବଡ଼ଗଡ଼ ଥାନା ରୁଗୁମୁ ଗାଁର ଲିଲି ସ୍ୱାଇଁ ଘରେ ଚୋଷେଇ କରୁଥିଲେ। କାଠ ଚୁଲି ବଦଳରେ ସେ ଗ୍ୟାସରେ ରୋଷେଇ କରୁଥିଲେ। ଏହାକୁ ବିରୋଧ କରିଥିଲେ ସ୍ୱାମୀ ମିଥୁନ ସ୍ୱାଇଁ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଲିଲି ରାଗି ଘରୁ ପଳାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମିଥୁନ୍‌ ଏକ ଧାରୁଆ କଟୁରୀରେ ଲିଲିଙ୍କୁ ଆକ୍ରମଣ କରିଥିଲେ।

ଚିତ୍କାର ଶୁଣି ସାହି ଭାଇ ଲିଲିଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଧରାକୋଟ ମେଡ଼ିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସେପଟେ ଅଭିଯୁକ୍ତ ମିଥୁନ୍‌କୁ ଅଟକ ରଖିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛି ପୁଲିସ୍‌।

Advertisment

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Ganjam Crime