Advertisment

ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ଗତକାଲି ତୁଳସୀ ଓ ବାପୁନୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

Dead Body

Dead Body

Advertisment

ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବଣିଆହୁଡ଼ି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ତୁଳସୀ ବିନ୍ଧାଣି। ପୁଲିସ ଏହି ଘଟଣାରେ ସ୍ୱାମୀ ବାପୁନୁ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ତୁଳସୀ ଓ ବାପୁନୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ବାପୁନୁ ଉତ୍‌କ୍ଷିପ୍ତ ହୋଇ ଘରୁ ଏକ ପନିକି ଆଣି ତୁଳସୀଙ୍କୁ ହାଣି ଦେଇଥିଲେ। ପାଖ ପଡ଼ୋଶୀ ପାଟି ଶୁଣି ଦୌଡ଼ି ଆସିଥିଲେ। ତୁଳସୀଙ୍କ ଗୁରୁତୁର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତୁଳସୀଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Murder Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe