ପ୍ରେମିକା ପାଇଁ ଗୁଳି କରି ସ୍ତ୍ରୀଙ୍କୁ ମାରିଦେଲେ; ଗାଁ ଲୋକଙ୍କୁ କହିଥିଲେ ଆଈମାଆ କାହାଣୀ

ପରବର୍ତ୍ତୀ ସମୟରେ ଅର୍ଥାତ ଫେବ୍ରୁଆରୀ ମାସରେ ଉଭୟଙ୍କ ବିବାହ ହୋଇଥିଲା। ବାହାଘର ପରେ ବଧୂ ବେଶରେ ଦେବେନଙ୍କ ଘରକୁ ଯାଇଥିଲେ ସୌମ୍ୟାମୟୀ ବେହେରା। ସବୁକିଛି ଠିକ୍‌ଠାକ୍‌ ଲାଗୁଥିଲେ ମଧ୍ୟ ସମ୍ପର୍କ ଭଲ ନଥିଲା।

Crime PhotoOR

ମୃତ ସୌମ୍ୟା

Manoranjan Sial
  • Published: Friday, 13 December 2024
  • Updated: 14 December 2024, 09:57 AM IST

Sports

Latest News

ପ୍ରେମିକା ପାଇଁ ରାତି ଅଧରେ ଗୁଳି କରି ସ୍ତ୍ରୀଙ୍କୁ ମାରିଦେଲେ। ଧରା ପଡ଼ିଯିବା ଭୟରେ ପିସ୍ତଲକୁ ଭାତ ହାଣ୍ଡିରେ ଲୁଚାଇ ରଖିଥିଲେ। ଆଉ ଗାଁ ଲୋକ ଓ ପୁଲିସ୍‌ ଆଗରେ କହିଥିଲେ ଆଈମାଆ କାହାଣୀ। ଗତ ବୁଧବାର ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ମାମଲାରେ ହତ୍ୟାକାରୀ ସ୍ୱାମୀ ଓ ପୁଲିସ୍‌ ଏଏସ୍‌ଆଇ ଭିଣୋଇଙ୍କୁ ଗିରଫ କରିଛି ପୁଲିସ୍‌।

ଟିକାୟତପାଲି ଥାନା ଝିରଡାପାଲି ଗାଁର ଦେବେନ୍‌ ବେହେରା ପେସାରେ ହେଉଛନ୍ତି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(PEO)। ସେ ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଭିତରେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରିବା ପାଇଁ କେତେ କ’ଣ ସ୍ୱପ୍ନ ଦେଖୁଥିଲେ। ହେଲେ ପରିବାର ଲୋକେ ଦେବେନଙ୍କ ପ୍ରେମକୁ ସ୍ୱୀକୃତି ଦେଉନଥିଲେ। ବୁଝାଇ ସୁଝାଇ ପ୍ରେମିକାଙ୍କଠାରୁ ଦୂରେଇ ନେଇଥିଲେ। ହେଲେ ଦେବେନ ତାଙ୍କ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ପରିବାର ଲୋକଙ୍କ ଅଜଣାତରେ ନିୟମିତ ବ୍ୟବଧାନରେ ପ୍ରେମିକାଙ୍କୁ ଫୋନ୍‌ କରୁଥିଲେ ଓ ଭେଟାଭେଟି କରୁଥିଲେ ଦେବେନ।

Also Read

୨୦୨୩ ମସିହା ଫେବ୍ରୁଆରୀ ମାସରେ ଦେବେନଙ୍କର ବିବାହ ପ୍ରସ୍ତାବ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ପଡ଼ିଥିଲା। ଦୁଇ ପରିବାର ଦେଖାଚାହାଁ ପରେ ବିବାହ ଠିକ୍‌ ହୋଇଥିଲା। ଏ ସମ୍ପର୍କରେ ଦେବେନଙ୍କ ପ୍ରେମିକା ଜାଣିପାରିଥିଲେ। ସେ ସୌମ୍ୟାମୟୀଙ୍କୁ ଭେଟି ବିବାହ ନକରିବା ପାଇଁ କହିଥିଲେ। ସୌମ୍ୟାମୟୀ ଏନେଇ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକ ତାଙ୍କ କଥାକୁ ବେଶୀ ଗୁରୁତ୍ୱ ଦେଇନଥିବା ଚର୍ଚ୍ଚା ହେଉଛି।

ପରବର୍ତ୍ତୀ ସମୟରେ ଅର୍ଥାତ ଫେବ୍ରୁଆରୀ ମାସରେ ଉଭୟଙ୍କ ବିବାହ ହୋଇଥିଲା। ବାହାଘର ପରେ ବଧୂ ବେଶରେ ଦେବେନଙ୍କ ଘରକୁ ଯାଇଥିଲେ ସୌମ୍ୟାମୟୀ ବେହେରା। ସବୁକିଛି ଠିକ୍‌ଠାକ୍‌ ଲାଗୁଥିଲେ ମଧ୍ୟ ସମ୍ପର୍କ ଭଲ ନଥିଲା। ବାହାଘରର କିଛି ଦିନ ପରେ ସୌମ୍ୟାମୟୀ ଗର୍ଭବତୀ ହୋଇଥିଲେ। ଭାବିଥିଲେ ସବୁ ଦୁଃଖ ଦୂର ହୋଇଗଲା। ହେଲେ ଯାହାଙ୍କୁ ସେ ସ୍ୱାମୀ ରୂପେ ଗ୍ରହଣ କରିଥିଲେ ସିଏ ତାଙ୍କ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ପତ୍ନୀଙ୍କ ଅନୁପସ୍ଥିତିରେ ପ୍ରେମିକାଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ। ଆଉ ଯେତେବେଳେ ସୌମ୍ୟାମୟୀ ଜାଣିପାରିଲେ, ସେତେବେଳେ ବାରଣ କରିଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଥିଲା। ଯାହାକୁ ନେଇ ଦେବେନଙ୍କ ମୁଣ୍ଡ କାମ କରୁନଥିଲା। ତେଣୁ ସୌମ୍ୟାମୟୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସୌମ୍ୟାମୟୀଙ୍କୁ ହତ୍ୟା କରିବା ପାଇଁ ପିସ୍ତଲ ଓ ଗୁଳି କିଣିଥିଲେ।

ଗତ ବୁଧବାର ରାତିରେ ପୂରା ପରିବାର ଖାଇପିଇ ଶୋଇ ପଡ଼ିଲା। ହେଲେ ଦେବେନ ଶୋଇବାକୁ ଯାଇନଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘର ଆଗରେ ଟହଲ ମାରୁଥିଲେ। ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ୭ ମାସର ଗର୍ଭବତୀ ଥିବା ପତ୍ନୀ ସୌମ୍ୟାମୟୀ ବିଚଳିତ ହୋଇପଡ଼ିଥିଲେ। ସେ ତାଙ୍କୁ ଘରେ ଶୋଇବା ପାଇଁ ଡାକିଥିଲେ। ହେଲେ ଦେବେନ ଯିବା ପାଇଁ ମନା କରିଥିଲେ। କବାଟ ଦେଇ ଶୋଇ ପଡ଼ିବା ପାଇଁ ସୌମ୍ୟାମୟୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସୌମ୍ୟାମୟୀ କବାଟ ବନ୍ଦ କରି ଶୋଇ ପଡ଼ିଥିଲେ।

ରାତି ପ୍ରାୟ ସାଢ଼େ ୧୨ଟା ହେବ। କବାଟ ଠକ୍‌ ଠକ୍‌ କରିଥିଲେ ଦେବେନ। ଆଉ କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସେଇଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସତ୍ୟନାରାୟଣ ଓ ପରିବାର ଲୋକ ମରିଥିବା ସତ୍ତ୍ୱେ ସୌମ୍ୟାମୟୀଙ୍କୁ ଧରି ମେଡ଼ିକାଲ୍‌ ଯାଇଥିଲେ। ଏହା ପରେ ଦେବେନ ଲେଖିଥିଲେ ନୂଆ ସ୍କ୍ରିପ୍ଟ। ପିସ୍ତଲ ଓ ଗୁଳିକୁ ଘର ଭିତରେ ଥିବା ଭାତ ହାଣ୍ଡିରେ ଲୁଚାଇ ଦେଇଥିଲେ। ଡକାୟତମାନେ ସୌମ୍ୟାମୟୀଙ୍କୁ ଗୁଳି କରିଥିବା ଗାଁ ଲୋକ ଓ ପୁଲିସ୍‌କୁ କହିଥିଲେ।

ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ସୌମ୍ୟାମୟୀଙ୍କ ଛାତିରେ ବାଜିଥିବା ଗୁଳିକୁ ଦେଖି ଚକିତ ହୋଇଥିଲା ପୁଲିସ୍‌। ପରେ ଦେବେନଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଦୀର୍ଘ ସମୟ ଧରି ଜେରା ପରେ ସତ ଓଗାଳିଥିଲେ ଦେବେନ। ପତ୍ନୀ ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିଥିବା କହିଥିଲା। ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି।

ରିପୋର୍ଟ-ବଣାଇରୁ ରଞ୍ଜିତ ଚୌଧୁରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story