Advertisment

ସ୍ୱାମୀ ପାଲଟିଗଲା ସଇତାନ, ପତ୍ନୀକୁ ଶାବଳ ଭୁଷିଦେଲା

ନିଶାସକ୍ତ ସ୍ୱାମୀ ପାଲଟିଗଲା ସଇତାନ । ଯାହା ହାତ ଧରି ବାଟ ଚାଲୁଥିଲା, ତାକୁ ଅତି ବୀଭତ୍ସ ଭାବେ ହତ୍ୟା କଲା ।

Police

Police

Advertisment

ନିଶାସକ୍ତ ସ୍ୱାମୀ ପାଲଟିଗଲା ସଇତାନ । ଯାହା ହାତ ଧରି ବାଟ ଚାଲୁଥିଲା, ତାକୁ ଅତି ବୀଭତ୍ସ ଭାବେ ହତ୍ୟା କଲା । ଶାବଳ ଭୁଷି ନେଇଗଲା ସ୍ତ୍ରୀର ଜୀବନ । ଏପରି ଏକ ନାରକୀୟ କାଣ୍ଡ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଘଟିଛି।

Advertisment

ମୃତା ମହିଳାଜଣକ ହେଲେ ଝୁନୁ ଜେନା । ପତ୍ନୀଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ ରାଜୁ ଜେନାଙ୍କୁ ଅଟକ ରଖିଛି। ଗତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ରାଜୁ ଜେନା । ଏହାପରେ କୌଣସି କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ରାଜୁ ପତ୍ନୀଙ୍କୁ ଶାବଳ ଭୁଷିଦେଲେ। ଫଳରେ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଝୁନୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସଦର ପୁଲିସ ଟିମ ରାତିରେ ପହଞ୍ଚି ରାଜୁଙ୍କୁ ଉଠାଇ ନେଇଥିବା ବେଳେ ଝୁନୁଙ୍କ ମୃତଦେହ ଘରେ ପଡିରହିଛି । ସନ୍ଧାନୀ କୁକୁର ସାଇଣ୍ଟିଫିକ ଟିମ ଆଜି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

Advertisment
Ganjam Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe