Advertisment

ମେଡିକାଲ ଯାଇଥିଲେ ପତିପତ୍ନୀ, ଘରେ କଳାକନା ବୁଲାଇଦେଲେ ଲୁଟେରା

ସେମାନେ ପ୍ରାୟ ୨୦୦ ଗ୍ରାମ ସୁନା ଅଳଙ୍କାର ସହିତ ରୁପା ଅଳଙ୍କାର ଏବଂ ନଗଦ ୯୫, ୫୦୦ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି ।

Loot

Loot

Advertisment

ପତ୍ନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ ବ୍ୟକ୍ତି। ଘରେ ପଡ଼ିଥିଲା ତାଲା। ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଲେ ଲୁଟେରା। ସେମାନେ ପ୍ରାୟ ୨୦୦ ଗ୍ରାମ ସୁନା ଅଳଙ୍କାର ସହିତ ରୁପା ଅଳଙ୍କାର ଏବଂ ନଗଦ ୯୫, ୫୦୦ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ଥାନା ସିଂହଶାଳ ଗ୍ରାମରେ ଘଟିଛି।

Advertisment

ସିଂହଶାଳ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ପତ୍ନୀ ଯାଜ୍ଞସେନୀ ପ୍ରଧାନଙ୍କ ଦେହ କିଛି ଦିନ ହେବ ଅସୁସ୍ଥ ରହୁଥିଲା। ତେଣୁ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ସେ ତାଙ୍କୁ ରାଉରକେଲା ନେଇଥିଲେ। ଫଳରେ ତାଙ୍କ ଘରେ ତାଲା ପଡ଼ିଥିବାରୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ଏହାର ସୁଯୋଗ ନେଇ ଦିନ ଦ୍ୱିପହରରେ ସେମାନେ ଘରର ତାଲା ଭାଙ୍ଗି ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ପ୍ରାୟ ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ରୁପା ଅଳଙ୍କାର ଓ ନଗଦ ୯୫ ହଜାର ୫୦୦ ଟଙ୍କା ଚୋରି କରିଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି ।

Advertisment

ସନ୍ଧାନୀ କୁକୁର ସହିତ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଥିବା ବେଳେ ଲୁଟେରାଙ୍କ ସନ୍ଧାନ ମିଳି ପାରିନି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ଜଣାପଡିଛି ।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe