Advertisment

ବିରିୟାନୀରେ ଅତିରିକ୍ତ ରାଇତା ମାଗିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

author-image
Hemant Lenka
Liyaqat

Liyaqat

ନବାବଙ୍କ ସହର ହାଇଦ୍ରାବାଦରେ ଘଟିଛି ସାଂଘାତିକ ଘଟଣା। ବିରିୟାନୀରେ ଅତିରିକ୍ତ ରାଇତା ଖାଇବା ପାଇଁ ମାଗିବାରୁ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀ ପିଟିପିଟି ହତ୍ୟା କରିଛନ୍ତି। ଏହି ଯୁବକ ଜଣଙ୍କ ବିରିୟାନୀ ସହ ଅତିରିକ୍ତ ରାଇତା ମାଗିଥିଲେ। ଏଥିପାଇଁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଆକ୍ରମଣ ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

Advertisment

ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ୍‌ କହିଛି ଯେ ଘଟଣାଟି ରବିବାର ପୁଞ୍ଜାଗୁଟ୍ଟା କ୍ରସ ରୋଡରେ ଥିବା ମେରିଡିଆନ ବିରିୟାନୀ ରେଷ୍ଟୁରାଣ୍ଟରେ ଘଟିଛି।

୩୦ ବର୍ଷୀୟ ଲିୟାକତ ଓ ତାଙ୍କ କିଛି ସାଙ୍ଗ ରେଷ୍ଟୁରାଣ୍ଟକୁ ବିରିୟାନୀ ଖାଇବାକୁ ଯାଇଥିଲେ। ସେମାନେ ପ୍ରବଳ ମଦ ବି ପିଇଥିଲେ। ଖାଇବା ବେଳେ ସେମାନେ ବାରମ୍ବାର ରାଇତା ମାଗିଥିଲେ। ହେଲେ ଅତିରିକ୍ତ ରାଇତା ମିଳିବ ନାହିଁ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀମାନେ କହିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଶେଷରେ ଏହା ପାରମିଟର ରୂପ ନେଇ ଥିଲା। ଲିୟାକତଙ୍କ ଗୋଷ୍ଠୀ ଓ ରେଷ୍ଟୁରାଣ୍ଟ କର୍ମଚାରୀମାନେ ପରସ୍ପରକୁ ଆକ୍ରମଣ କରିଥିଲେ। 

Advertisment

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ରେଷ୍ଟୁରାଣ୍ଟ ସାମ୍ନାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଜୋରଦାର ମାରପିଟ ଚାଲୁଥିବା ଦେଖିବାକୁ ମିଳୁଛି। କିଛି ସମୟର ମାରପିଟ ପରେ ଲିୟାକତ ଓ ତାଙ୍କ ସହଯୋଗୀମାନେ ପୁଲିସ ଷ୍ଟେସନ ଯାଇଥିଲେ।

ସେଠାରେ ପହଞ୍ଚିବା କ୍ଷଣି ଲିୟାକତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ଦେଖିବାକୁ ମିଳିଛି।

Beaten To Death Hyderabad