Advertisment

ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ, ମାସକୁ ଆୟ କରୁଥିଲେ ୨ ଲକ୍ଷ

ଏହି ଭିକ ମଗା ଗ୍ୟାଙ୍ଗକୁ ଧରିବା ପାଇଁ କମିଶନର(ପଶ୍ଚିମ ଜୋନ) ଗୋଟିଏ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରିଥିଲେ।

Police

Police

Advertisment

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଭିକ ମାଗି କ’ଣ କେହି ମାସକୁ ୨ ଲକ୍ଷ ଆୟ କରୁଥିବ? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ହାଇଦ୍ରାବାଦ ପୁଲିସ୍‌ ଏମିତି ଏକ ଭିକ ମଗା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଗ୍ୟାଙ୍ଗର କିଙ୍ଗ ପିନ୍‌ ମାସକୁ ପ୍ରାୟ ୨ ଲକ୍ଷ ଟଙ୍କା ଆୟ କରୁଥିବା ପୁଲିସ୍‌ କହିଛି। ଏଥିସହ ପୂରା ଗ୍ୟାଙ୍ଗର କିଙ୍ଗପିନ୍‌ ବିଷୟରେ ଆଉ କିଛି ଚକିତ କରିବା ଭଳି ତଥ୍ୟ ବି ସାମ୍ନାକୁ ଆସିଛି।

Advertisment

ଏହି ଭିକ ମଗା ଗ୍ୟାଙ୍ଗକୁ ଧରିବା ପାଇଁ କମିଶନର(ପଶ୍ଚିମ ଜୋନ) ଗୋଟିଏ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ କରିଥିଲେ। ଟିମର ସଦସ୍ୟମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ ମଧ୍ୟ କରାଯାଇଥିଲା। ସେମାନେ ଏହି ଭିକ ମଗା ଗ୍ୟାଙ୍ଗରେ ଥିବା ୮ ଛୋଟ ପିଲାଙ୍କ ସହ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି।

ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଭିକ ମାଗିବା ପାଇଁ ଗ୍ୟାଙ୍ଗର କିଙ୍ଗ ପିନ୍‌ ଯୋଜନାବଦ୍ଧ ଭାବେ ଭଡ଼ାରେ ଲୋକଙ୍କୁ ଆଣି ନିୟୋଜିତ କରୁଥିଲେ। ପୁଲିସ୍‌ ଏହି ଘଟଣାରେ ଭି ସୂର୍ଯ୍ୟ ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂର୍ଯ୍ୟ ଜଣେ ପୂର୍ବତନ ଫଟୋଗ୍ରାଫର। ସେ ଭିକ ମାଗୁଥିବା ଲୋକଙ୍କ ଠାରୁ ପ୍ରତିଦିନ ହଜାରରୁ ୨ ହଜାର ଟଙ୍କା ସଂଗ୍ରହ କରେ।

Advertisment

ଫିଲ୍ମ ନଗର ବସ୍‌ ଷ୍ଟାଣ୍ଡ ଓ ଏହାର ନିକଟବର୍ତ୍ତୀ ଦୋକାନ ଥିବା ଅଞ୍ଚଳରୁ ସେ ଏପରି ଟଙ୍କା ଆୟ କରୁଥିଲା। ଏହାର ଅର୍ଥ ସେ ମାସିକ ୧,୮୦,୦୦୦ରୁ ୨ରୁ ଟଙ୍କା ଯାଏ ଭିଗ ମାଗୁଥିବା ଲୋକଙ୍କ ଠାରୁ ନେଉଥଲେ। ସେମାନେ ବେଶ ସାଂଗଠନିକ ଭାବେ ସବୁ କାମ କରୁଥିଲେ ବୋଲି ପୁଲିସ୍‌ କହିଛି।

ପୁଲିସ୍‌ ସେମାନଙ୍କ ଠାରୁ ୩ଟି ଷ୍ଟିଲ ବକ୍ସ, ଫୋନ ପେ’ କ୍ୟୁଆର ଥିବା ଗୋଟିଏ ସ୍ମାଟ ଫୋନ ଓ ବକ୍ସ ମଧ୍ୟରୁ ନଗଦ ୬୪୦ ଟଙ୍କା ଜବତ କରିଛି। କିଙ୍ଗପିନ ପ୍ରକାଶ ନାଁରେ ଭିକ ମାଗିବା ନିରୋଧ ଆଇନରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ଗିରଫ କରିବା ପରେ ଫିଲ୍ମ ନଗର ଏସ୍‌ଏଚ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ୍‌ କହିଛି ଯେ ଛୋଟ ପିଲାମାନଙ୍କୁ ଅସୁସ୍ଥ ଭାବେ ଦର୍ଶାଇବା ପାଇଁ ତାଡ଼ି ମଧ୍ୟ ଦିଆଯାଉଥିଲା। ପ୍ରକାଶ କାମ କରି ଆୟ କରୁଥିବା ଟଙ୍କା ତାଙ୍କ ପାଇଁ ଯଥେଷ୍ଟ ହେଉ ନଥିଲା। ଏଥିପାଇଁ ସେ ନିକଟସ୍ଥ ବସ୍ତିରୁ ଛୋଟ ପିଲାମାନଙ୍କୁ ଭଡ଼ାରେ ଆଣି ଫିଲ୍ମ ନଗର ବସ୍ ଷ୍ଟାଣ୍ଡ ଓ ନିକଟସ୍ଥ ଦୋକାନ ଅଞ୍ଚଳରେ ବେଶ ସାଂଗଠନିକ ଭାବେ ପାର୍ଟ ଟାଇମ ଭିକ ମାଗିବା କାମରେ ନିୟୋଜିତ କରିଥିଲେ।

ସେ ପିଲାମାନଙ୍କୁ ଷ୍ଟିଲ ବକ୍ସ ଦେବା ସହ ଏହା ଉପରେ କ୍ୟୁଆର କୋଡ୍‌ ମଧ୍ୟ ଲଗାଇ ଦେଉଥିଲେ। ଏହାର ଲିଙ୍କ ପ୍ରକାଶଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ରହିଥିଲା। ଛୋଟ ପିଲା ଓ ଅନ୍ୟମାନେ ଭିକ ମାଗି ଯାହା ଆୟ କରୁଥିଲେ, ସେସବୁ ପ୍ରକାଶଙ୍କୁ ଦେଉଥିଲେ। ଏହା ବଦଳରେ ପ୍ରକାଶ ସେମାନଙ୍କୁ ଦୈନିକ ୨୦୦ ଟଙ୍କା ଲେଖାଏ ଦେଉଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଭିକାରୀମାନେ ଦିନକୁ ୧ ହଜାରରୁ ୨ ହଜାର ଟଙ୍କା ଆୟ କରୁଥିଲେ। ସେହିପରି ପ୍ରକାଶ ଦୈନିକ ପ୍ରାୟ ୬ ହଜାର ଟଙ୍କା ପାଉଥିଲେ।

Hyderabad Beggar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe