Hyderabad woman
ଘର ଉଚ୍ଛେଦ ପାଇଁ ନୋଟିସ ଆସିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଜଣେ ମହିଳା। ହାଇଦ୍ରାବାଦର ମହିଳା ଜଣଙ୍କ କୁକାଟପାଲୀରେ ଆତ୍ମ କରିଛନ୍ତି।
Hyderabad Disaster Response and Assets Monitoring and Protection Agency (HYDRAA) ପକ୍ଷରୁ ଘର ଭଙ୍ଗା ଯିବ ବୋଲି ମହିଳାଙ୍କୁ ନୋଟିସ କରାଯାଇଥିଲା। ନୋଟିସ ପାଇବା ପରେ ସେ ଜୀବନ ହାରିଥିବା ତାଙ୍କ ପରିବାର ଲୋକ ଦାବି କରିଛନ୍ତି। କିନ୍ତୁ ଏହାକୁ HYDRAA କମିଶନର ଏଭି ରଙ୍ଗନାଥ ସ୍ୱୀକାର କରି ନାହାନ୍ତି। ଆତ୍ମହତ୍ୟା ସହ ଘର ଭଙ୍ଗା ଯିବା ନୋଟିସର କୌଣସି ଲିଙ୍କ ନାହିଁ। ତେବେ ମହିଳାଙ୍କୁ ନୋଟିସ ହୋଇଥିଲା କି ନାହିଁ, ସେକଥା ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରି ନାହାନ୍ତି।
ଜୀବନ ହାରିଥିବା ମହିଳା ଜଣଙ୍କ ହେଲେ ଗୁରମପାଲ୍ଲି ବୁଚ୍ଚାମ୍ମା। ସେ କୁକାଟପାଲୀର ଯାଦବ ବସ୍ତି ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି। ବୁଚ୍ଚାମ୍ମା ଓ ତାଙ୍କ ସ୍ୱାମୀ ଝିଅମାନଙ୍କୁ ଯୌତୁକରେ ଦେଇଥିବା ଘରଗୁଡ଼ିକ ପ୍ରଶାସନ କାଳେ ଭାଙ୍ଗି ଦେବ, ସେହି ଆଶଙ୍କାରେ ଥିଲେ।
ସ୍ୱାମୀଙ୍କ ଅପେକ୍ଷା ବୁଚ୍ଚାମ୍ମା ଏହାକୁ ନେଇ ବେଶୀ ଚିନ୍ତିତ ଥିଲେ। କୁକାଟପାଲୀର ହ୍ରଦ ନିକଟରେ ଘର ପାଇ ସେଠାରେ ରହୁଥିବା ଝିଅମାନେ ମଧ୍ୟ ସମ୍ଭାବ୍ୟ ଘର ଭଙ୍ଗାକୁ ନେଇ ଥିବା ଚିନ୍ତା ବିଷୟରେ ମା’ଙ୍କୁ ଜଣାଇଥିଲେ। ଝିଅମାନଙ୍କ କଥା ଶୁଣି ବୁଚ୍ଚାମ୍ମା ଆହୁରି ବିବ୍ରତ ହୋଇ ପଡ଼ିଥିଲେ। ଏହି କାରଣରୁ ଶନିବାର ସେ ଜୀବନ ହାରି ଦେଇଥିବା ପରିବାର ଲୋକ ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1727538428.jpg)