Advertisment

ହୋର୍ଡିଂ ଟଙ୍କାରେ ହାତ ମାରିଦେଲା କି ଆଇଟି ?

ଡିଏନ ଗ୍ରୁପ୍ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ମହଙ୍ଗା ହାଉସିଂ ପ୍ରୋଜେକ୍ଟ, ମଲ, ହୋଟେଲ ଆଦି ନିର୍ମାଣ ହେଉଥିବାବେଳେ ଏଥିରେ କିଛି ନେତା ଓ ପ୍ରଶାସକଙ୍କ ଅର୍ଥ ନିବେଶ ହୋଇଥିବାର ଅଭିଯୋଗ ହେଉଛି।

author-image
Manoj Swain

ବାକ୍ସ ବାକ୍ସ ଟଙ୍କା। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକା ଥରକେ ୩୦ କୋଟି। ଆଉ ୫୦୦ ଟଙ୍କିଆ ନୋଟ ମଧ୍ୟ। ଏତେ ଟଙ୍କା ରିୟଲ ଇଷ୍ଟେଟ୍ ସଂସ୍ଥା ଡିଏନର ଜଣେ କର୍ମଚାରୀଙ୍କ ଘରୁ ଜବତ ହେବା ପରେ ଆରମ୍ଭ ହେଲା ରାଜନୀତି। ବିଶେଷକରି ୨୦୧୯ ମସିହା ପରଠୁ କିଛି ପ୍ରଶାସକଙ୍କ ସମେତ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଏହି କମ୍ପାନୀରେ ଛଦ୍ମନାମରେ ପୁଞ୍ଜି ନିବେଶ କରିଥିବାର ଚର୍ଚ୍ଚା ଜୋର ଧରିଛି।

Advertisment
Odisha IT Raid