Advertisment

ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା; କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ

ପୀଡ଼ିତା କହିଛନ୍ତି, ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ମୋ ଅନ୍ତବସ୍ତ୍ର ଖୋଲି ମୋ ପ୍ରାଇଭେଟ୍ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BBSR

BBSR

ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍‌ ପୁଲିସ୍‌ର ଭରତପୁର ଥାନା ପୁଲିସ୍‌। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ସହିତ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ମାରିଛି। ତାହା ପୁଣି ପୁରୁଷ ପୁଲିସ୍‌। ଏମ୍‌ସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ବଖାଣିଛି ଅନ୍ଧାର ରାତିର କଳା କାହାଣୀ।

Advertisment

ପୀଡ଼ିତା କହିଛନ୍ତି, ରାତି ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ଘରକୁ ଫେରୁଥିଲୁ। ତେବେ ଅଧା ରାସ୍ତାରେ କିଛି ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲୁ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ବସିଥିଲେ ଜଣେ ମହିଳା କନ୍‌ଷ୍ଟେବଳ। ସେ ସେତେବେଳେ ୟୁନିଫର୍ମରେ ନଥିଲେ, ନାଇଟ୍‌ ପିନ୍ଧି ବସି ଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୁଲିସ୍‌ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍‌ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ FIR ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ପୀଡ଼ିତା ଆହୁରି କହିଛନ୍ତି, ମହିଳା କନଷ୍ଟେବଳ ଗାଳି ଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚିଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ FIR ଲେଖିବା ପାଇଁ ମେଜର ଗୁରୁବଂଶଙ୍କୁ କହିଥିଲେ। ଗୁରୁବଂଶ FIR ଲେଖିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟଡିରେ ରଖିଲେ। ମୁଁ ସେଠାରେ ପ୍ରତିବାଦ କରିଥିଲି।

Advertisment

ଜଣେ ଆର୍ମି ଅଫିସରଙ୍କୁ କଷ୍ଟଡିରେ ରଖିପାରିବ ନାହିଁ, ଏହା ଆଇନ୍‌ ବିରୋଧୀ ବୋଲି କହିଥିଲେ। ଠିକ୍ ସେତିକି ବେଳେ ଦୁଇ ଜଣ ମହିଳା ପୁଲିସ୍‌ ଅଫିସର ମୋ’ ଚୁଟି ଧରି ମାଡ଼ ମାରିଥିଲେ। ମୁଁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନ୍‌ଷ୍ଟେବଳ ମୋ’ ଗଳା ଚିପି ଦେବାକୁ ଉଦ୍ୟମ କରୁଥିଲେ। ସେଥିପାଇଁ ମୁଁ ତା’ ହାତକୁ କାମୁଡ଼ି ଦେଇଥିଲି। ତା’ପରେ ସେମାନେ ମୋ’ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କଷ୍ଟେବଳଙ୍କ ସ୍କ୍ରାପ୍‌ରେ ମୋ’ ଗୋଡ଼କୁ ବାନ୍ଧି ଦେଇ ଲକ୍‌ଅପ୍‌ରେ ପକାଇ ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ପୀଡ଼ିତା କହିଛନ୍ତି, ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ମୋ ଅନ୍ତବସ୍ତ୍ର ଖୋଲି ମୋ ପ୍ରାଇଭେଟ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। କିଛି ସମୟ ପରେ ଆଇଆଇସି ଆସି ମୋ’ ପ୍ୟାଣ୍ଟ ଖସାଇ ଦେଇଥିଲେ। ତା’ପରେ ସେ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିଲେ। ସେତେବେଳେ ମୁଁ କେବଳ ବଡ଼ ପାଟିରେ ଚିତ୍କାର କରୁଥିଲି ବୋଲି ପୀଡ଼ିତା କହିଛନ୍ତି।

Odisha Police Bhubaneswar Bhubaneswar News Odisha DGP