Dhiman Chakma
ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୨୦୨୧ ବ୍ୟାଚ୍ ଆଇଏଏସ ଅଫିସର ଧୀମନ ଚକମା। ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚକମା।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ସରକାରୀ ବାସଭବନରେ ଜଣେ ବ୍ୟବସାୟୀଙ୍କଠୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଆଇଏଏସ ଚକମା। ପରେ ମୁଖ୍ୟମନ୍ତ୍ରୀ ଧୀମାନ ଚକମାଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି। ୨୦୨୪ ଜାନୁଆରୀରୁ ସେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଏହି ମାମଲାରେ ଭିଜିଲାନ୍ସ ଚକମାଙ୍କ ଲିଙ୍କରେ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଛାନ୍ଭିନ୍ କରିଥିଲା। ତ୍ରିପୁରାରେ ଚକମାଙ୍କ ବାସଭବନରେ ଭିଜିଲାନ୍ସର ୩ ଜଣିଆ ଟିମ୍ ଖୋଳତାଡ଼ କରିଥିଲା। ଏହା ସହିତ ହିମାଚଳ ପ୍ରଦେଶରେ ଥିବା ତାଙ୍କ ଶଶୁର ଘରେ ମଧ୍ୟ ତଲାସୀ କରିଥିଲା ଭିଜିଲାନ୍ସ। ତାଙ୍କ ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲ ସଂଗ୍ରହ ଏବଂ ଯାଞ୍ଚ ମଧ୍ୟ କରିଥିଲା ଟିମ୍। ବର୍ତ୍ତମାନ ଧୀମନ ଚକମାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750414499.jpg)