Advertisment

ଖେଳନା ବିଲ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର

ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି ଭିଜିଲାନ୍ସ।

Rajeswari Rajkumari Nag

Rajeswari Rajkumari Nag

Advertisment

ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ICDS ସୁପରଭାଇଜର। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ।

Advertisment

କୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅନ୍ତର୍ଗତ କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର୍ ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ସେକ୍ଟର ଅଧୀନରେ ଥିବା ବନ୍ଦୀଗୁଡ଼ା ସେଣ୍ଟରର ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଗତ ୩ ମାସ (ମେ, ଜୁନ ଓ ଜୁଲାଇ)ର ଖେଳନା ବିଲ୍‌ କରିଦେବା ପାଇଁ ୫୪୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।

ନବରଙ୍ଗପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଏଥିସହ ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଛି।

Advertisment

ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

(ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ)

Odisha Vigilance Bribe Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe