Advertisment

ଆଇସକ୍ରିମ୍ ବ୍ୟବସାୟୀଙ୍କୁ ହତ୍ୟା! ଘରୁ ମିଳିଲା ମୃତଦେହ

ଆଜି ମଧ୍ୟାହ୍ନରେ କୁରବାନ ମନସୁରୀ ନିଜ ଶୋଇବା ଘର ଭିତରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

author-image
Jitendra Garnayak
Police

Police

କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୃତ ଯୁବକଙ୍କ ନାଁ କୁରବାନ ମନସୁରୀ। ତାଙ୍କ ଘର ରାଜସ୍ଥାନରେ। ସେ କେନ୍ଦ୍ରାପଡ଼ାରେ ରହି ପ୍ରଦୀପ କୁମାର ବୈଷ୍ଣବଙ୍କ ସହ ମିଶି ଆଇସକ୍ରିମ ବ୍ୟବସାୟ କରୁଥିଲେ। ପ୍ରଦୀପ ମଧ୍ୟ ରାଜସ୍ଥାନର ବାସିନ୍ଦା।

ଆଜି ମଧ୍ୟାହ୍ନରେ କୁରବାନ ମନସୁରୀ ନିଜ ଶୋଇବା ଘର ଭିତରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଘର ମାଲିକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ କୁରବାନ ମନସୁରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ରହିଥିବା ବେଳେ ଶରୀରରୁ ରକ୍ତସ୍ରାବ ହୋଇଥିବା ଦେଖବାକୁ ମିଳିଛି l

Advertisment

ଘର ମାଲିକଙ୍କ ଅଭିଯୋଗ ଆଧାରରେ ପୁଲିସ ରାଜସ୍ଥାନର ପ୍ରଦୀପ କୁମାର ବୈଷ୍ଣବଙ୍କୁ ଅଟକ ରଖି ପଚରାଉଚରା କରୁଛି l

Murder