Advertisment

କପାଳମୋଚନ ମହାଦେବଙ୍କ ମନ୍ଦିରରୁ ଚୋରି; ନେଇଗଲେ ନୃସିଂହ ମୂର୍ତ୍ତି

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Temple stolen

Temple stolen

ପୁରୀ ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ଛକରେ ଥିବା ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୁତ୍ତ ବାବା କପାଳମୋଚନଙ୍କ ମନ୍ଦିରରେ ଥିବା ପଥରରେ ନିର୍ମିତ ବହୁ ପୁରାତନ ନୃସିଂହ ମୂର୍ତ୍ତି ଚୋରି କରିନେଇଛି।

Advertisment

ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ।

ବାବା କପାଳମୋଚନ ହେଉଛନ୍ତି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ। ଶ୍ରୀମନ୍ଦିର ବିଭିନ୍ନ ନୀତିକାନ୍ତି ସହ ବାବା କପାଳ ମୋଚନ ଅଙ୍ଗାଅଙ୍ଗୀ ଭାବେ ଜଡିତ। ପୂର୍ବରୁ ପୁରୀ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ୱରଙ୍କ ମନ୍ଦିରରୁ ଚୋରି ହୋଇଥିଲା। ପୁରୀ ପୁଲିସ ମୁକ୍ତେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା l

Advertisment
Puri