Advertisment

ନକ୍ସଲ ବ୍ୟାନର ଖୋଜୁଥିଲେ ସିଆରପିଏଫ୍ ଯବାନ, ହେଲା ଆଇଇଡି ବିସ୍ଫୋରଣ

ଛତିଶଗଡ଼ ଦନ୍ତେୱାଡ଼ାରେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ସିଆରପିଏଫ୍ ଯବାନ।

CRPF Jawan

CRPF Jawan

Advertisment

ଛତିଶଗଡ଼ ଦନ୍ତେୱାଡ଼ାରେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ସିଆରପିଏଫ୍ ଯବାନ। ବାରସୁର୍ ଥାନା ଅଞ୍ଚଳରେ ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ୨ ସିଆରପିଏଫ୍ ଯବାନ। କିନ୍ତୁ ସେମାନେ ଆହତ ହୋଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବରସୁର୍ ପଲ୍ଲୀ ରାସ୍ତାରେ ଏକ ବ୍ରିଜ ନିକଟରେ ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଲାଗିଥିବା ଖବର ପାଇ ସିଆରପିଏଫ୍ ଯବାନ ପହଞ୍ଚିଥିଲେ। ସେଠାରେ ସେମାନେ ନକ୍ସଲ ବ୍ୟାନର ଓ ପୋଷ୍ଟର ଲାଗିଥିବା ସ୍ଥାନ ଖୋଜାଖୋଜି କରୁଥିଲେ। 

ଠିକ ଏତିକି ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ତୁରନ୍ତ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟେ ବିପଦମୁକ୍ତ ଥିବା ସୂଚନା ମିଳିଛି।

Advertisment
IED Blast Chhatisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe