Advertisment

ଫସିଯିବେ କି ଆଇଆଇସି? ସତ କହୁଛନ୍ତି କି ମହିଳା ହୋମ୍‌ଗାର୍ଡ?

ପୁଲିସ ଅଧିକାରୀଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ।

Police

Police

Advertisment

ବିବାହର ପ୍ରତିଶ୍ରୁତି ଦେଇ ହୋମଗାର୍ଡଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ ଆଇଆଇସି। କିନ୍ତୁ ପରେ ଦେଇ ନଥିଲେ ଧରାଛୁଆଁ। ତେଣୁ ଆଇନର ଆଶ୍ରୟ ନେଇଛନ୍ତି ହୋମଗାର୍ଡ। ଜଗତସିଂହପୁର ଜିଲ୍ଲାରୁ ଆସିଛି ଏହି ଅଭିଯୋଗ। ଜଗତସିଂହପୁର ସଦର ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି।

Advertisment

ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଆଇଆଇସି ତପନ ନାହାକଙ୍କ ବିରୋଧରେ। ମହିଳା ହୋମଗାର୍ଡ ଜଣଙ୍କ ଗତକାଲି ତାଙ୍କ ନାଁରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ।

ତାଙ୍କ ବିରୋଧରେ ଏତଲା ହୋଇଥିବା ଜାଣି ଫେରାର ହୋଇଯାଇଥିଲେ କୁଜଙ୍ଗ ଥାନା ଆଇଆଇସି ତପନ ନାହାକ। ଜଗତସିଂହପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରିଥିଲା। ସେଠାରୁ ତାଙ୍କୁ ଜଗତସିଂହପୁର ଆଣି ପଚରାଉଚରା କରାଯାଉଛି।

Advertisment

ଏକ ୯ ଜଣିଆ ଟିମ୍ ଆଜି ଜଗତସିଂହପୁର ଏସ୍‌ପି ଅଫିସରେ ଆଇଆଇସି ତପନ ନାହାକ ଓ ଅଭିଯୋଗ ଆଣିଥିବା ମହିଳା ହୋମଗାର୍ଡଙ୍କୁ ଜେରା କରୁଛି। ଡାକ୍ତରୀ ମାଇନା ପାଇଁ ମହିଳା ହୋମଗାର୍ଡଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। କିନ୍ତୁ ସେ ସେଠାରେ ଡାକ୍ତରୀମାଇନା ପାଇଁ ମନା କରି ଦେଇଥିଲେ।

ଘଟଣାର ସତ୍ୟାସତ୍ୟ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ଚାଲିଥିବା ବେଳେ ଆଇଆଇସି ତପନ ନାହାକ ଓ ହୋମଗାର୍ଡଙ୍କର ପ୍ରତିକ୍ରିୟା ମିଳିନାହିଁ।

ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦଗାତା କହିଛନ୍ତି, ହୋମଗାର୍ଡ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଯେତେବେଳେ କୁଜଙ୍ଗ ଥାନା ଅଧିକାରୀ ଜଗତସିଂହପୁର ଥାନାରେ ଆଡିସନାଲ ଆଇଆଇସି ଥିଲେ ସେତେବେଳେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ।  ହୋମଗାର୍ଡଙ୍କୁ ଡାକ୍ତରୀମାଇନା ପାଇଁ ଡାକ୍ତରଖାନା ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ସାମ୍ନାରେ ସେ ଡାକ୍ତରୀମାଇନା ପାଇଁ ମନା କରି ଦେଇଥିଲେ। ଅଭିଯୋଗ ଆସିବା ପରେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଘଟଣାଟି ତଦନ୍ତାଧୀନ ରହିଛି। ଏହା ସତ କି ମିଛ ଜଣାପଡ଼ିନି। କେହି କେହି କହୁଛନ୍ତି ଟଙ୍କା ଆଦାୟ ପାଇଁ ଏଭଳି ଏକ ଅଭିଯୋଗ ଅଣାଯାଇଛି। ତେଣୁ ଘଟଣାକୁ ସବୁ ଦିଗରୁ ତଦନ୍ତ କରାଯାଉଛି।

Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe