Advertisment

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି

ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ଅଟକାଇବାରୁ ସେ ନିଜ କ୍ଷମତାର ଦୂରପଯୋଗ କଲେ। ରାସ୍ତା ଉପରେ ହିଁ ସାଧାରଣ ଲୋକଙ୍କୁ ନିର୍ଧୂମ ପିଟିଲେ।

Police

Police

Advertisment

ଆଇଆଇସି ଦେଖାଇଲେ ଦବଙ୍ଗଗିରି। ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ଅଟକାଇବାରୁ ସେ ନିଜ କ୍ଷମତାର ଦୂରପଯୋଗ କଲେ। ରାସ୍ତା ଉପରେ ହିଁ ସାଧାରଣ ଲୋକଙ୍କୁ ନିର୍ଧୂମ ପିଟିଲେ। ଫଳରେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ସାଧାରଣ ଲୋକ । ଵନ୍ତ ଥାନା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ପୁଲିସ୍‌ ମାଡ଼ରେ ୪ ଜଣ ଆହତ ହୋଇଛନ୍ତି।

Advertisment

ବନ୍ତ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁରୁରେ ଆଜି ସକାଳେ ଏକ ବାଲି ବୋଝେଇ ଟ୍ରକ୍‌ ଜଣେ ସ୍କୁଲ ପିଲାକୁ ଧକ୍କା ଦେଇ ଫେରାର ହୋଇ ଯାଉଥିଲା। ସ୍ଥାନୀୟ ଲୋକମାନେ ଗୋଡ଼ାଇ ଗୋଡ଼ାଇ ଟ୍ରକଟିକୁ ଵନ୍ତ ଥାନା ଛକରେ ଅଟକାଇଥିଲେ।

ଖବର ପାଇ ବନ୍ତ ଥାନା ଆଇଆଇସି ଶ୍ରୀ ବଲ୍ଲଭ ସାହୁ ଘଟଣାସ୍ଥଳରେ ପହଞ୍ଚି କାହିଁକି ଗାଡ଼ି ଅଟକାଇଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସାଧାରଣ ଜନତା ଓ ପୁଲିସ ମଧ୍ୟରେ ଉଚ୍ଚବାଚ ସହ ହାତାହାତି ହୋଇଥିଲା। ପୁଲିସ କର୍ମୀ ହଠାତ୍‌ ସାଧାରଣ ଲୋକଙ୍କୁ ଘଉଡାଇବା ସହ ନିର୍ଧୂମ ପିଟିଥିଲେ। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ଭଦ୍ରକ ରେଫର୍‌ କରାଯାଇଛି।

Advertisment

ଆଇଆଇସିଙ୍କ ମାଡ଼ରେ ଆହତ ହୋଇଥିବା ଗଣନାଥ ବେହେରା କହିଛନ୍ତି, ସକାଳେ ବନ୍ତ ଥାନା ପଟୁ ଏକ ବାଲି ବୋଝେଇ ଗାଡ଼ି ଦ୍ରୁତ ଗତିରେ ଆସୁଥିଲା। ତାହାକୁ ପିଛା କରି କିଛି ଲୋକ ଆସି ଗାଡ଼ିକୁ ଅଟକାଇଥିଲେ। ପଚାରିବାରୁ ଜଣେ ସ୍କୁଲ ପିଲାଙ୍କୁ ଗାଡ଼ିଟି ପିଟିଥିବା କହିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ହୋହଲ୍ଲା ହୋଇଥିଲା। ଏହାପରେ ସେଠାରେ ପୁଲିସ୍‌ ପହଞ୍ଚିଥିଲା। ଦିନ ବେଳା ଗାଡ଼ି ଛାଡ଼ୁଥିବା କଥା ପଚାରିବାରୁ ଆଇଆଇସି ଶ୍ରୀ ବଲ୍ଲଭ ସାହୁ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହାପରେ ତାଙ୍କ କର୍ମଚାରୀ ଆମକୁ ନିର୍ଧୂମ ପିଟିଥିଲେ। ଏପରି ଅନ୍ୟାୟକୁ ଆଉ ବରଦାସ୍ତ କରିବୁ ନାହିଁ । ଏସ୍‌ପିଙ୍କୁ ଦେଖା କରି ଘଟଣା ସମ୍ପର୍କରେ ଅବଗତ କରିବୁ । ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବୁ ।

ସେହିପରି ପୁଲିସ୍‌ ମାଡ଼ରେ ଆହତ ହୋଇଥିବା ଶକ୍ତିଧର ରାଉତ ନାମକ ବ୍ୟକ୍ତି କହିଛନ୍ତି, ଦିନ ବେଳା ଏହି ରାସ୍ତାରେ ଭାରୀଯାନ ଯାତାୟତ କରିବ ନାହିଁ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। । ମାତ୍ର ଆଇଆଇସି ମାସିକିଆ ବଟି ନେଇ ଦିନକୁ ୫୦ରୁ ଊର୍ଦ୍ଧ୍ୱ ଭାରିଯାନକୁ ଏହି ରାସ୍ତାରେ ଛାଡ଼ୁଛନ୍ତି। ଏ ନେଇ ପଚାରିବାରୁ ଆଇଆଇସି ଆମକୁ ପ୍ରବଳ ପିଟାପିଟି କରିଥିଲେ। ଆଇଆଇସିଙ୍କର ଦୁଇ ଦିନ ତଳେ ଟ୍ରାନ୍ସଫର ହୋଇଥିବା ବେଳେ ସେ କିପରି ପୁଣି ଏଠାରେ ରହିଲେ ତାହା ଆମେ ବୁଝି ପାରୁନୁ ।

Police Bhadrak Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe