Advertisment

ସହି ହେଲାନି ପାଠପଢ଼ା ଚାପ, ଝୁଲି ପଡ଼ିଲେ ଆଇଆଇଟି ଛାତ୍ର

ପାଠପଢ଼ା ଚାପ ଅଧିକ ହେବା ବେଳେ ଆଶ ଅନୁଯାୟୀ ମାର୍କ ମିଳିଲା ନାହିଁ। ସୁନେଲୀ ଭବିଷ୍ୟତର ଆଶା ଚୂରମାର ହେବାକୁ ଲାଗିଲା। ଏପରି ସ୍ଥିତିରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଣେ ଆଇଆଇଟି ଛାତ୍ର ନେଲେ ଚରମ ନିଷ୍ପତ୍ତି ।

author-image
Niharika Rout
suicide

suicide

ପାଠପଢ଼ା ଚାପ ଅଧିକ ହେବା ବେଳେ ଆଶ ଅନୁଯାୟୀ ମାର୍କ ମିଳିଲା ନାହିଁ। ଫଳରେ ସୁନେଲୀ ଭବିଷ୍ୟତର ଆଶା ଚୂରମାର ହେବାକୁ ଲାଗିଲା। ଏପରି ସ୍ଥିତିରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଣେ ଆଇଆଇଟି ଛାତ୍ର ନେଲେ ଚରମ ନିଷ୍ପତ୍ତି । ଛାତ୍ରଜଣକ ନିଜ ରୁମ୍‌ରେ ଝୁଲି ପଡ଼ି ଦୁନିଆକୁ ଅଲବିଦା କହିଛନ୍ତି। ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ମୃତକ ୨୧ ବର୍ଷୀୟ ଅନୀଲ କୁମାର ବୋଲି ଜଣାଯାଇଛି। ଅନୀଲ କୁମାର ଆଇଆଇଟି ଦିଲ୍ଲୀରେ ବି-ଟେକ୍‌ ପଢ଼ୁଥିଲେ। କିଛି ବିଷୟରେ ଭଲ ମାର୍କ ରହି ନ ଥିବାରୁ ଅନୀଲ ଗତ ମାସ ହେବ ଉକ୍ତ ହଷ୍ଟେଲରେ ରହି ପଢ଼ାପଢ଼ି କରୁଥିବା ଜଣାଯାଇଛି ।

ମାତ୍ର ଗତକାଲି ସନ୍ଧ୍ୟା ବେଳେ ଅନୀଲ କୁମାର ନିଜ ରୁମ୍ କବାଟ ଭିତର ପଟୁ ବନ୍ଦ କରିଥିଲେ। ସାଙ୍ଗମାନେ ବାଡ଼େଇ ବାଡ଼େଇ ବି ଖୋଲି ନ ଥିଲେ। ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ କବାଟକୁ ଭଙ୍ଗାଯିବାରୁ ଭିତରେ ଅନୀଲଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ଅନୀଲ କୁମାରଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛନ୍ତି।

Advertisment

ଅନୀଲ କୁମାରଙ୍କ ରୁମ୍‌ରୁ କୌଣସି ସୁଇସାଇଡ ନୋଟ ଜବତ ହୋଇନି। ତେବେ ପ୍ରାଥମିକ ଅନୁସନ୍ଧାନରୁ ଅତ୍ୟଧିକ ପାଠପଢ଼ା ଚାପ ହେତୁ ଅନୀଲ କୁମାର ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରକାଶ କରିଛି। ତେବେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

Suicide Delhi Delhi IIT