Advertisment

ପରୀକ୍ଷା ଖରାପ ହେଲା, ଝୁଲି ପଡ଼ିଲେ ଆଇଆଇଟି ଛାତ୍ର

ଗତକାଲି ରାତିରେ ନିଜ ରୁମ୍‌ରେ ବିକାଶ କୁମାର ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ନ ବାହାରିବାରୁ ତାଙ୍କ ସହପାଠୀଙ୍କ ସନ୍ଦେହ ହୋଇଥିଲା।

IIT-kanpur

IIT-kanpur

Advertisment

ପରୀକ୍ଷା ଖରାପ ହେବାରୁ ମାନସିକ ଚାପରେ ଥିଲେ। ଶେଷରେ ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର । ମୃତକ ଆଇଆଇଟି କାନପୁରର ଏମଟେକ୍‌ ଛାତ୍ର ବିକାଶ କୁମାର ମୀନା ବୋଲି ଜଣାଯାଇଛି। ୩୧ ବର୍ଷୀୟ ବିକାଶ ମେରଠ ବାସିନ୍ଦା ହୋଇଥିବା ବେଳେ କାନପୁରରେ ଆଇଆଇଟିରେ ଏମଟେକ୍‌ ପଢ଼ୁଥିଲେ।

Advertisment

ଗତକାଲି ରାତିରେ ନିଜ ରୁମ୍‌ରେ ବିକାଶ କୁମାର ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ନ ବାହାରିବାରୁ ତାଙ୍କ ସହପାଠୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇଥିଲେ ବି କୌଣସି ଉତ୍ତର ପାଇ ନ ଥିଲେ।

ଏହାପରେ ଖବର ପାଇ ପୁଲିସ୍‌ ଓ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ବିକାଶଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି।

Advertisment

ପୁଲିସ୍‌ ବିକାଶଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିବାକୁ କିଛି ଦିନ ତଳେ ହୋଇଥିବା ପରୀକ୍ଷା ଭଲ ହୋଇ ନ ଥିବା ବିକାଶ କହିଥିଲା। ଏଥିପାଇଁ ସେ ମାନସିକ ଚାପରେ ରହିବା ସହ କାହା ସହ ଭଲରେ କଥା ହେଉ ନ ଥିଲା। ଏହାପରେ ଗତ ରାତିରେ ସେ ଏପରି ଚରମ ପଦକ୍ଷେପ ନେଇ ଯାଇଥିବା ସାଙ୍ଗମାନେ କହିଛନ୍ତି।

ମାସେ ମଧ୍ୟରେ ଆଇଆଇଟି କାନପୁରରେ ଏପରି ଦ୍ୱିତୀୟ ଘଟଣା ଘଟିଛି। ବିକାଶଙ୍କ ପୂର୍ବରୁ ପ୍ରଫେସର ଡା. ପଲ୍ଲବୀ ମଧ୍ୟ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ ୨୦୨୨ ମସିହାରେ ଜଣେ ପିଏଚଡି ଛାତ୍ର ଆତ୍ମହତ୍ୟା କରିଥିଲେ।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe