Advertisment

ହଷ୍ଟେଲରୁ ମିଳିଲା ଆଇଆଇଟି ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଛାତ୍ର ଜଣଙ୍କୁ ତାଙ୍କ ସାଙ୍ଗମାନେ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।

author-image
Hemant Lenka
IIT

IIT

ଆଇଆଇଟି ଖଡଗପୁରରେ ପଡ଼ୁଥିବା ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଆଜି ହଷ୍ଟେଲ ରୁମରୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେକୁ ଉଦ୍ଧାର କରାଯାଇଛି। ଛାତ୍ରଙ୍କ ଘର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪ର୍ଥ ବର୍ଷରେ ପଢ଼ୁଥିଲେ।

Advertisment

ଆଜି ହଠାତ୍‌ ଛାତ୍ର ଜଣଙ୍କୁ ତାଙ୍କ ସାଙ୍ଗମାନେ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏହାପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ପକ୍ଷରୁ ଗୋଟିଏ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Advertisment

ପିଲାଟିର ରୁମରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳି ନାହିଁ। କେଉଁ ପରିସ୍ଥିତିରେ ଓ କାହିଁକି ସେ ଜୀବନ ହାରିଲେ, ତା’ର କାରଣ ଜାଣିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

ଗତମାସରେ ଅନୀଲ କୁମାର ନାମ ଜଣେ ଛାତ୍ର ଆଇଆଇଟି ଦିଲ୍ଲୀ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ। ଏହି ଛାତ୍ର ଜଣଙ୍କ ଗଣିତରେ ବିଟେକ କରୁଥିଲା। ସେ ହଷ୍ଟେଲରେ ୬ ମାସ ହେଲା ରହି କୋର୍ସ ସାରିବା ମୁଡରେ ଥିଲେ। ହେଲେ ସେ ହଠାତ୍‌ ଜୀବନ ହାରି ଦେଇଥିଲେ।

Suicide IIT