କଟକରେ ଥିବା ଏକ ମେଡିସିନ୍ ଫାର୍ମ ଉପରେ ହେଲେ ରାତି ଅଧିଆ ଚଢ଼ାଉ। ଚଢ଼ାଉ ସମୟରେ ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍। କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି।
ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
Also Read
ଫାର୍ମରୁ ୩୨ ପ୍ରକାରର ବେଆଇନ୍ ଔଷଧ ସହ ବିପୁଳ ପରିମାଣର କଫ୍ ସିରପ ଜବତ୍ ହୋଇଛି। ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି। ବେଆଇନ୍ ଔଷଧ ସାମଗ୍ରୀ ଓ କଫ୍ ସିରପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ଖୋଳତାଡ ଚାଲିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Crime
ମୋବାଇଲ ହେଲା କାଳ; ଝୁଲି ପଡ଼ିଲେ ଦମ୍ପତି
ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ।