କନ୍ଧମାଳ ଜିଲ୍ଲାର ଉପାନ୍ତ ଜଙ୍ଗଲ ପାହାଡ଼ ବର୍ତମାନ ନୀଳ ଜହରର ସାମ୍ରାଜ୍ୟ ପାଲଟିଯାଇଛି । ଏହି ବିସ୍ତିର୍ଣ ଜଙ୍ଗଲ ଭିତରେ ଶହ ଶହ ଏକର ଜାଗାରେ ଗଞ୍ଜେଇ ଗଛ ଲଗାଯାଉଛି ଏବଂ ଗଞ୍ଜେଇକୁ ଅମଳ କରି ବିକ୍ରି ମଧ୍ୟ କରାଯାଉଛି । କିଛି ବର୍ଷ ମଧ୍ୟରେ ଜିଲ୍ଲାର ଫିରିଙ୍ଗିଆ, ଗୋଚ୍ଛାପଡ଼ା, ନୂଆଗାଁ, ବାଲିଗୁଡ଼ା, ତୁମୁଡିବନ୍ଧ ଏବଂ ସଦର ଥାନା ଅଞ୍ଚଳର ବିସ୍ତିର୍ଣ ଜଙ୍ଗଲ ଗଞ୍ଜେଇର ହବ ପାଲଟିଯାଇଛି ।