Advertisment

ନକଲି ବିଦେଶୀ ମଦ କାରଖାନା ଠାବ, ଦେଶୀ ମଦରେ ରଙ୍ଗ ମିଶାଇ ବିକ୍ରି କରୁଥିଲେ

ମାଛକୁଟା ଅଞ୍ଚଳରୁ ଏକ କାରରେ ନକଲି ମଦ ଚାଲାଣ ହେଉଥିବା ଅନୁଗୋଳ ଅବକାରୀ ବିଭାଗ ଖବର ପାଇଥିଲା।

author-image
Jitendra Garnayak
Arrest

Arrest

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଆଜି ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ,ଠିପି, ଦେଶୀ ମଦ ଓ ସିଲ୍ ମେସିନ ଜବତ କରାଯାଇଛି।

Advertisment

ମାଛକୁଟା ଅଞ୍ଚଳରୁ ଏକ କାରରେ ନକଲି ମଦ ଚାଲାଣ ହେଉଥିବା ଅନୁଗୋଳ ଅବକାରୀ ବିଭାଗ ଖବର ପାଇଥିଲା। ଏଥିପାଇଁ ମାଛକୁଟା ଚାରବାଟିଆ ନିକଟରେ ଏକ କାରକୁ ଅଟକାଇ ଅବକାରୀ ବିଭାଗ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରେ ୩ ଜାରକିନ ଦେଶୀ ମଦ, ଦୁଇ ପେଟି ନକଲି ବିଦେଶୀ ମଦ ଓ ଠିପି ଜବତ କରିଥିଲା।

ଅଧିକ ତନାଘନା ପରେ ମାଛକୁଟାର ଏକ ଘରୁ ଆଉ କିଛି ଠିପି ଓ ସିଲ ମେସିନ ଜବତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ରାଜ୍ୟ ବାହାରୁ ବୋତଲ ଓ ଠିପି ମଗାଇ ଦେଶୀ ମଦରେ ରଙ୍ଗ ମିଶାଇ ଏମାନେ ବାହାର ବଜାରରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ଅନୁଗୋଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ 

Illicit Liquor