ହରିୟାଣାର ଯମୁନାନଗର ଜିଲ୍ଲାରେ ଗତ ୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ । ମୃତକମାନେ ଯମୁନାନଗର ଜିଲ୍ଲାର ମଣ୍ଡେୱରୀ ଓ ପଞ୍ଜୋଟାର ମାଜରା ଗାଁର ବୋଲି ଜଣାଯାଇଛି।
ବିଷାକ୍ତ ମଦ ପିଇବା ପରେ ପ୍ରଥମେ ୬ ଜଣଙ୍କର ବାନ୍ତି ହୋଇଥିଲା। ଏହାର କିଛି ସମୟ ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମଦ ପିଇ ଗୁରୁତର ହୋଇ ପଡ଼ିଥିବା ୩ ଜଣଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ନ କରାଇ ପରିବାରବର୍ଗ ମୃତଦେହର ସତ୍କାର କରିଥିବା ଅଭିଯୋଗ ହୋଇଛି।
Also Read
ଯମୁନାନଗର ଏସ୍ପି କହିଛନ୍ତି, ବୁଧବାର ଅପରାହ୍ନରେ ଆମେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇଲୁ। ବିଷାକ୍ତ ମଦ ପିଇ ଏପରି ହୋଇଥିବା ସୂଚନା ପାଇଲୁ। ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ମଙ୍ଗଳବାର ଓ ୨ ଜଣଙ୍କର ବୁଧବାର ଅନ୍ତିମ ସଂସ୍କାର କରି ଦିଆଯାଇଛି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।